ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

ରାଉରକେଲା/ କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ରାଉରକେଲା ଶାଖା ଓ ଛେଣ୍ଡ ସ୍ଥିତ ରିମ୍ସ ର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ତଳସ୍ତରର କର୍ମଚାରୀ ମାନଙ୍କର ଜ୍ଞାନ,ଦକ୍ଷତା ଓ ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଏକ ଦ୍ବିଦିବସୀୟ ଆଲୋଚନା ଚକ୍ର ଆସନ୍ତା ୨୩ ଓ ୨୪ ତାରିଖରେ ରିମ୍ସ ପରିସରରେ ଅନୁଷ୍ଠିତ ହେବାକୁଯାଉଛି । ଅନୁଷ୍ଠାନର ୩୧ତମ ଏହି କାର୍ଯ୍ୟକ୍ରମରେ ୧୯୭ଟି ସର୍କଲ ର ୯୦୦ ପ୍ରତିଯୋଗୀ ଓ ପ୍ରତିନିଧି ଅଂଶଗ୍ରହଣ କରିବେ। ୨୨ଟି ପ୍ରମୁଖ ଅନୁଷ୍ଠାନ ଆରଏସପି, ବିଭିନ୍ନ ମାଇନ୍ସ, ଟାଟା ଷ୍ଟିଲ, ଟାଟା ପାୱାର, ବେଦାନ୍ତ, ହିଣ୍ଡାଲକୋ ଭଳି ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଯୋଗଦେବେ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ରାଉରକେଲା ଶାଖାର ସଂପାଦକ ସୁରେଶ ଚନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ଅଜୟ ପାଣ୍ଡେ, ଇଂ ବିଭୁ ପ୍ରସାଦ, ଏସ ଆର ସୂର୍ଯ୍ୟବଂଶୀ, ଡଃ ଆର୍ଯ୍ୟ ପଟ୍ଟନାୟକ, ବିବେକ ସାକ୍ସେନା ପ୍ରମୁଖ ଅତିଥି ଭାବେ ଯୋଗଦେବେ। ମୁଖ୍ୟଅତିଥି ଭାବେ ଶ୍ରୀ ପ୍ରସାଦ ୫ସୂତ୍ରୀ କାର୍ଯ୍ୟକ୍ରମ, ଓ ଏହି କାର୍ଯ୍ୟକ୍ରମରେ ସଫଳତା ଲାଭ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ରେ ନାଗପୁର ରେ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ । ସେହିପରି ୨୪ ତାରିଖ ଦିନ ଅତିଥିଭାବେ ଡଃ ରାଜେଶ ସିଂହ, ସୁନିଲ୍ କୟାଲ, ଏ ସି ସରକାର, ଏସ କେ ସୁବୁଦ୍ଧି ଓ ଓପି ଅଗ୍ରୱାଲ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ରଖିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆବାହକ ତଥା ସଚିବ ଶ୍ରୀ ପ୍ରସାଦ ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

ପାଣିରେ ବୁଡ଼ି ଯୁବକର ମୃତ୍ୟୁ

Sunil Chandra Nayak

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

Leave a Comment

error: Content is protected !!