ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ 

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ  

ତେନ୍ତୁଳିଖୁଣ୍ଟି ୨୨/୦୯/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମୁଖ୍ୟ ବ୍ୟବସାୟିକ ଦପ୍ତର ଖାତିଗୁଡା ଠାରେ ଗଣେଶ ପୂଜା ଉପଲକ୍ଷେ ଆୟୋଜିତ ହୋଇଯାଇଛି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ |ଇନ୍ଦ୍ରାବତୀ ଯୁବ ବଣିକ ସଂଘ ଆନୁକୂଲ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ ଯୋଗଦେଇଥିଲେ |ଅନ୍ୟତମ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିଳେନ୍ଦ୍ରୀ ନାୟକ, ନନ୍ଦାହାଣ୍ଡି ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ମିଶ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଷୋୟୀ ପରଜାବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବନ୍ଦିତା ନାୟକ , ସମିତି ସଭ୍ୟା ଶୁକାନ୍ତି ମହାନ୍ତି, ବଣିକ ସଂଘ ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ର ନାଥ ରାଉତ,ଇନ୍ଦ୍ରାବତୀ ବଣିକ ସଂଘ ସଭାପତି ଏସ ମୃତ୍ୟୁଞ୍ଜୟ ପାତ୍ର, ଉପସଭାପତି ସୁରେନ୍ଦ୍ର ରାଉତ, କୋଷାଧକ୍ଷ ମନୋଜ ମହାପାତ୍ର, ସମ୍ପାଦକ ହରିବନ୍ଧୁ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ | କାର୍ଯ୍ୟକ୍ରମ ର ସଂଯୋଜନା ଅଧ୍ୟାପିକା ପ୍ରିୟଦର୍ଶନୀ ନାହାକ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସେବା ପାଇଁ ଉଦ୍ଧିଷ୍ଟ ଜୟ ତେନ୍ତୁଳୀଖୁଣ୍ଟି ମନବସେବା ସଂଘ କୁ ସମ୍ମାନିତ କରାଯାଇଥିଲା |ସଂଘର ସଭାପତି ଅଖିଳ ଭତରା ଙ୍କୁ ମାନପତ୍ର ଦେଇ ସମ୍ମାନୀୟ କରାଯାଇଥିଲା |ସେହିଭଳି ସମାଜ ସେବା ପାଇଁ ସର୍ବଦା ଆଗଭର ସଞ୍ଜୟ ବେହେରା, କୃପାନିଧି ରାଉତ, କୁନୁ ହରିଜନ ପ୍ରମୁଖ ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା | ଏହି ଅବସରରେ ଗୌଡ଼ ଦେଓପାଲି ,ପରଜା ଦେଓପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ,ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ,ଇଣ୍ଡସ ପବ୍ଲିକ ସ୍କୁଲ ,ସମେତ ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର କୁନି କୁନି ପିଲାଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ବିଶ୍ୱଜିତ ତ୍ରିପାଠୀ, ସୁଶାନ୍ତ ରାଉତ , ଇନ୍ଦ୍ରଜିତ ସାହୁ, ବିଷ୍ଣୁ ପ୍ରସାଦ ନାହାକ , ଗଣେଶ ସାହୁ, ବଳିଆ ପାଢ଼ୀ, ଦୀପକ ବିଶ୍ୱାଳ, ଭୀମସେନ ସାହୁ, କିସାନ ମହାନ୍ତି, ସମୀର ପଣ୍ଡା,କାହ୍ନ| ସାହୁ, ଭବାନୀ ଶଙ୍କର ଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ | ଏହି ଅବସରରେ ତେନ୍ତୁଳିଖୁଣ୍ଟି ଲାମ୍ପସ୍ ସଭାପତି ଶ୍ରୀ ଅଖିଳ ଭତରା,ଗୌଡ଼ ଦେଓପାଲି ସମିତି ସଭ୍ୟ ଶ୍ରୀ ସୁଧୀର ଖୁରା,, ବରିଷ୍ଠ ବ୍ୟବସାୟୀ ଟୁଟୁ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ପୁରନ୍ଦର ଭତ୍ରା, ବରିଷ୍ଠ ଓ ଯୁବ ନେତା ଚନ୍ଦ୍ର ଦଳେଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଦାଶିବ ଜାନୀ,ବାବୁନୀ ନାୟକ, ଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ଥିଲେ |

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ.. ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୯ ଦିନରେ ,  ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ ପ୍ରତୀକାତ୍ମକ ଗଣଧାରଣା ଜାରୀ

masiha

Leave a Comment

error: Content is protected !!