ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା ଜିଲ୍ଲାରେ ଶେଷ ହେଲା ଏନ ଏ ସି ନିର୍ବାଚନ

ନୁଆପଡା ଜିଲ୍ଲା ର ତିନି ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିର୍ବାଚନ ଆରମ୍ଭ ହୋଇଯାଇଛି ନୂଆପଡା, ଖଡ଼ିଆଳ ଓ ଖରିଆର ରୋଡ ପାଇଁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ସକାଳ ଆଠ ଘଣ୍ଟା ରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟ ଦାନ ପାଇଁ ଲୋକେ ଧାଡିରେ ଠିଆ ହୋଇ ଉତ୍ସାହ ର ସହ ଭୋଟ ଦେଉଛନ୍ତି ।ପରିଚୟ ପତ୍ର ବାଧ୍ୟତା ମୂଳକ କରାଯାଇଥିବାରୁ ଭୋଟର ମାନେ ନିର୍ବାଚନ କମିଶନର ନିର୍ଦ୍ଧାରିତ କରିଥିବା ପରିଚୟ ପତ୍ର ଧରି ଆସିଥିବା ଦେଖାଯାଇଛି।ନୂଆପଡା ଏନ ଏ ସି ରେ ୧୪ ଟି ବୁଥ ଥିବା ବେଳେ ଭୋଟର ରହିଛନ୍ତି ୧୨୪୪୭।ପୁରୁଷ ଭୋଟର ସଂଖ୍ୟା ୬୧୯୩ ଓ ମହିଳା ଭୋଟର ସଂଖ୍ୟା ୬୨୫୪।ସେହିପରି ଖରିଆର ରୋଡ ରେ ୧୯ ଟି ବୁଥ ଥିବା ବେଳେ ଭୋଟର ଅଛନ୍ତି ୧୪୩୪୯,ପୁରୁଷ ଭୋଟର ୬୯୭୪ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୭୩୭୫।ଖଡ଼ିଆଳ ଏନ ଏ ସି ର ୱାର୍ଡ ସଂଖ୍ୟା ୧୩ ଥିବା ବେଳେ ଭୋଟର ସଂଖ୍ୟା ୧୧୪୭୯।ମହିଳା ଭୋଟର ୫୮୩୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୫୬୪୦ ଓ ତୃତୀୟ ଲିଙ୍ଗ ରେ ଦୁଇ ଜଣ ଅଛନ୍ତି।ଦୁଇ ନଂ ୱାର୍ଡ ରେ ଦୁଇଟି ବୁଥ କରାଯାଇଥିବାରୁ ୧୪ଟି ବୁଥ କରାଯାଇଛି।ପିଙ୍କ ବୁଥ ଗୋଟିଏ ଓ ଆଦର୍ଶ ବୁଥ କରାଯାଇଥିବା ସୂଚନା ମିଳିଛି। ।ଶାନ୍ତି ଶୃଙ୍ଖଳା ସହ ଅବାଧ ନିର୍ବାଚନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ଉପ-ଜିଲ୍ଲାପାଳ ତରଣୀସେନ ନାଏକ ସୂଚନା ଦେଇଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପର୍ଯ୍ୟଟନ ସ୍ଥଳୀର ମାନ୍ୟତାର ଅପେକ୍ଷାରେ ଚାନ୍ଦପୁର ବାବା ସାଧୁ ଗୋସେଇଁ ପୀଠ 

Sunil Chandra Nayak

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!