ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

ଭବାନିପାଟଣା ପୌପରିଷଦ ନିର୍ବାଚନ ରେ ଶତକଡା ୩୩% ଭୋଟର ଭୋଟ ଦେଇ ନାହାନ୍ତି

ଭବାନୀପାଟଣା:୨୪/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଧର୍ମଗଡ, ଜୁନାଗଡ ଓ କେସିଙ୍ଗା ପୌରପରିଷଦ ନିର୍ବାଚନ ଶେଷ ହୋଇଯାଇଛି। ଭବାନୀପାଟଣାରେ ସର୍ବନିମ୍ନ ୫୭.୪୭ % ଭୋଟ ପଡିଛି ସେଥିରୁ ପୁରୁଷ ୬୦.୧୨ ଓ ମହିଳା ଭୋଟର ୫୪.୮୨ ପ୍ରତିଶତ  ମତଦାନ କରିଛନ୍ତି, ସେଥିରୁ ପୁରୁଷ ୧୭୩୨୩ ଓ ୧୫୭୨୮  ମହିଳା  ଭୋଟ ଦେଇଛନ୍ତି, ।ସେହିପରି ଧର୍ମଗଡରେ ୭୭.୮୭ ମତଦାନ ହୋଇଛି ସେଥିରୁ ପୁରୁଷ ଭୋର୍ଟସ୍ ୭୯.୫୦ ଓ ମହିଳା ଭୋର୍ଟସ ୭୬.୧୩ ଭୋଟ ଦେଇଛନ୍ତି, ମୋଟରେ ୯୭୭୩ ଭୋର୍ଟସଙ୍କ ମଧ୍ୟରୁ ପୁରୁଷ ଭୋର୍ଟସ ୫୧୪୬, ଓ ୪୬୨୭  ମହିଳା ଭୋର୍ଟସ ଭୋଟ ପଡିଛି, ଜୁନାଗଡରେ ମଧ୍ୟ ୭୫.୨୬% ହାର ଭୋଟ ପଡିଛି ସେଥିରେ ପୁରୁଷଙ୍କ ଭୋଟ ୭୭.୪୦ ହୋଇଥିବାବେଳେ ମହିଳା ୭୩.୪୦ ଭୋଟ ପଡିଛି ମୋଟ ଭୋର୍ଟସଙ୍କ ସଂଖ୍ୟା ୧୧୦୯୫ ଥିବାବେଳେ ପୁରୁଷ ଭୋର୍ଟସର ୫୮୦୩୨ ଓ ୫୨୯୩ ମହିଳା ଭୋଟ ଦେଇଛନ୍ତି, କେସିଙ୍ଗା ଠାରେ ସର୍ବାଧିକ ଭୋର୍ଟସ ଙ୍କ ଭୋଟ ପଡିଛି ଯାହାକି ୭୮.୯୨ ହାର ଭୋଟ ପଡିଛି । ସର୍ବମୋଟ ୧୧୨୧୦ ଭୋଟରଙ୍କ ମଧ୍ୟରୁ ପୁରୁଷ ୫୭୧୯ ଓ ୫୪୯୧ ମହିଳା ଭୋର୍ଟସ ଭୋଟ ଦେଇଥିବା ସୂଚନାରୁ ଜଣାପଡିଛି। ତେବେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଯାହାକି ହାଇପ୍ରୋଫାଇଲ ରାଜନୈତିକ ନେତା   ଓ ଦଳଙ୍କ ପେଣ୍ଠସ୍ଥଳୀ ହୋଇଥିଲେ ମଧ୍ୟ ସେଠାରେ ଏତେ କମ ପରିମାଣରେ ଭୋଟର ଙ୍କ ଭୋଟ ପଡିଛି ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ସମୁଦାୟ ଭୋଟ ପଡ଼ିଥିବା ସଂଖ୍ୟା ଓ ଭୋଟ ଦେଇନଥିବା ଭୋଟର କୁ ତୁଳନା କଲେ ସମୁଦାୟ ଭୋଟର ଙ୍କ ମଧ୍ୟରୁ ୩୩ ପ୍ରତିଶତ ଭୋଟର  ଭୋଟ ଦେଇ ନାହାନ୍ତି । ଭୋଟିଂ ଟ୍ରେଣ୍ଡ କୁ ବିଶ୍ଳେଷଣ କଲେ ରାଜନୀତିକ ସମୀକ୍ଷକ ମାନଙ୍କ ପାଇଁ ଏହା ଏକ  ଚିନ୍ତା ର ବିଷୟ ହୋଇ ପଡ଼ିଛି ।

Related posts

ଇ-ଖବରକାଗଜ ‘ଓଡ଼ିଆ ବାର୍ତ୍ତା’ ଲୋକାର୍ପିତ

Sunil Chandra Nayak

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ ସାଧାରଣ ବର୍ଗଙ୍କୁ ଉପେକ୍ଷା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ

Sunil Chandra Nayak

ବିଜେପି ର ଅନୁସୂଚିତ ଜନଜାତି ସମାବେଶ

Leave a Comment

error: Content is protected !!