ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନବରଙ୍ଗପୁର, (ମସିହା)ନବରଙ୍ଗପୁର ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମସ୍ଥିତ ଅଦିତି ଭବନ ପରିସରରେ ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି lଏଥିରେସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବି ଶ୍ରୀ ଝାଡ଼େଶ୍ୱର ଖାଡ଼ଙ୍ଗା “ଅନୁଷ୍ଠାନ ଗଠନ ଓ ପରିଚାଳନାରେ ଶୃଙ୍ଖଳା ତଥା ନିୟମାବଳୀ “ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ପୂର୍ବକ ଆଧ୍ୟାତ୍ମିକ କେନ୍ଦ୍ରରେ ବ୍ୟକ୍ତି ଚରିତ୍ର ଓ ସ୍ଵଭାଵ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସୁପ୍ରିମ କୋର୍ଟ ଓକିଲ ଶ୍ରୀ ସାନମୁଗା ପାତ୍ର ଆଇନକୁ ଜୀବନର ଧାରା ଭାବେ ଅଭିହିତ କରି ଅନୁଷ୍ଠାନରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ l ସୁଧୀରାଜ ରାଉତ ଭବିଷ୍ୟତରେ ଗଣତନ୍ତ୍ରର ରୂପରେଖ ଶ୍ରୀଅରବିନ୍ଦଙ୍କ ଭବିଷ୍ୟତ ବାଣୀ ଦ୍ୱାରା ନିରୂପିତ ହେବ ବୋଲି ଦର୍ଶାଇ ଥିଲେ l ସୁଜାତା ମିଶ୍ର “ଶ୍ରୀମା ଶ୍ରୀଅରବିନ୍ଦଙ୍କ ଯୋଗରେ ନାମ ଜପ ର ମହିମା “ଉପରେ ବକ୍ତବ୍ୟ ଦେଇଥିଲେ lସୁରେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତା ପଟ୍ଟନାୟକ ସ୍ୱାଗତ ଓ ଉପକ୍ରମ ପ୍ରଦାନ କରିଥିବା ବେଳେ ଲିଗାଲ ୟୁନିଟ ଆବାହକ ଶ୍ରୀ ୱାଇ. ପ୍ରଭାକର ପାତ୍ର ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସି. ଏଚ. ଉଷାରାଣୀ କୃତଜ୍ଞତା ଅର୍ପଣ କରିଥିଲେ lସବିତା ପଟ୍ଟନାୟକ ସୁନ୍ଦର ବନ୍ଦନା ଗାନ କରିଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରୀମା ଶ୍ରୀଅରବିନ୍ଦ ଅନୁଗାମୀ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଚନ୍ଦନ ଭୂମିଆ, ଉମା ମହେଶ୍ୱର ପଟ୍ଟନାୟକ, ସୁଜାତା ପଟ୍ଟନାୟକ, ନମିତା ବିଶ୍ୱାଳ, ପଦ୍ମଜା ବେହେରା ତଥା ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

Sunil Chandra Nayak

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

Sunil Chandra Nayak

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!