ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

ବୌଦ୍ଧ -26/09- ଆଜି ବୌଦ୍ଧ ବ୍ଲକ ରକ୍ସl ଗ୍ରାମପଞ୍ଚାୟତ ମହେଶ୍ୱରପିଣ୍ଡା, ଅମୁର୍ଡl ଓ ଚଉଁରିଆପଦର୍ ଗ୍ରାମ ମାନଙ୍କରେ,” ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଘରକୁ ଘର ବୁଲି ମାଟି ସଂଗ୍ରହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମମାନଙ୍କରେ ସୁବ୍ୟବସ୍ଥିତ ଭାବରେ ସମସ୍ତ ଜନସାଧାରଣ ଏକ ବିଶେଷ ପଟୁଆରରେ ଘରକୁ ଘର ବୁଲି ଗ୍ରାମ ମାନଙ୍କରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଂଶଧର ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରିବା ସହିତ ସହିଦ ସ୍ଵାଧୀନତା ସଂଗ୍ରାମୀ ସର୍ବସ୍ରୀ ବଂଶୀଧର ଦାଶ, ପୂର୍ଣ୍ଣଚନ୍ଦ୍ର ପଶାୟତ, ସାନୁ ସିଂହ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କର ଦେଶ ଭକ୍ତିକୁ ସମସ୍ତେ ମନେପକାଇ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ଆଜିର ଏହି ତିନୋଟି ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ଶ୍ରୀ ପଞ୍ଚମନ ଜଗଦଲାଙ୍କ ନେତୃତ୍ବରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମାଳ ବିଧାନସଭାର ୨୦୧୯ ପ୍ରାର୍ଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କହ୍ନlଇ ଚରଣ ଡାଙ୍ଗ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଜନସାଧାରଣଙ୍କ ସହିତ ବିଜେପି କର୍ମକର୍ତ୍ତା ସର୍ବ ଶ୍ରୀ ସୁଶାନ୍ତ ବାଘ , ସରୋଜ କର୍ଣ୍ଣ, ଦଳ ଗଞ୍ଜନ ବେହେରା, ନିରଞ୍ଜନ କର୍ଣ୍ଣ,ପଙ୍କଜ ମହାକୁଡ,ତୋଷିତ କୁମାର ଡାଙ୍ଗ ,ପଞ୍ଚାନନ ବେହେରା,ପ୍ରମୋଦ ସାହୁ,ଗୁଲେଖ ଭୁକ୍ତା,ଗୌର ଚନ୍ଦ୍ର ଭୋଇ ,ଶ୍ରୀମତୀ ଅରୁଣା କର୍ଣ୍ଣ, ସୁରୁବୁଢ଼ି ଭୁକ୍ତା,ବିଷ୍ଣୁପ୍ରିୟା ବନମାଳୀ ,ସସ୍ମିତା ବେହେରା,ଲକ୍ଷ୍ମୀ ବେହେରା, ବେବିନା ସାହୁ, ଆଶାଲତା ଥନାପତି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

masiha

ରାଜାରାଜୁଡ଼ା ଅମଳର ବାବା ଐଶ୍ବାନେଶ୍ବର ଶୈବପୀଠ ସମ୍ମୁଖରେ ପ୍ରସିଦ୍ଧ ଉଡାପର୍ବ ମହାସମାରୋହରେ ସଂପନ୍ନ; ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ

masiha

ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!