ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

  ମୟୂରଭଞ୍ଜ-.26/9 ( ମସିହା)ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ବିଳନୀକୁ ଏଷ୍ଟି ଓଏସ୍ସି କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା।ସମ୍ବିଳନୀର ବିଷୟଵସ୍ତୁ (ପିଏପି)ପେରେଣ୍ଟସ ଏଜ ପାର୍ଟନର ବୋଲି ରଖା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜାତଳା ABEO ଶ୍ରୀଯୁକ୍ତ ରଞ୍ଜନ କୁମାର ସାଣ୍ଡିଲ ଅଂଶ ଗ୍ରହଣ କରିଥିଲେ।ସମ୍ମାନୀୟ ଅତିଥିଭାବେ ଶ୍ରୀ ଜହର ଲାଲ ବେହେରା (Heath dept, CHC, Bijatal )ଉପସ୍ଥିତ ଥିଲେ।ବିଜାତଳା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ପାର୍ବତୀ ହେମ୍ରମ ନୋଡାଲ ଅଫିସର ଭାବେ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ସହ ୱେଲଫେଆର ବିଭାଗର ସମସ୍ତ ସରକାରୀ ଯୋଜନା ଗୁଡିକ ବିଷୟରେ ଅବିଭାବକ ଏବଂ ଅବିଭାବିକା ମାନଙ୍କୁ ଜଣାଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୁଧରାଇ ହେମ୍ବ୍ରମ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଶ୍ରୀଯୁକ୍ତ ଗଙ୍ଗା ରାମ ବେହେରା ମଞ୍ଚ ପରିଚାଳନା କରିଥିଲେ।ବିଭିନ୍ନ ବିଭାଗର ଅଧିକାରୀ ଏବଂ ଷ୍ଟଲ ମଧ୍ୟରେ କୃଷି ବିଭାଗ, ପଶୁସଂପଦ ବିଭାଗ, ମତ୍ସ୍ୟସଂପଦ ବିଭାଗ,ହଟିକଲଚର ବିଭାଗ, ସ୍ବାସ୍ଥ୍ୟବିଭାଗ,ବନ ବିଭାଗର ଅଧିକାରୀ, ଆଇଟିଆଇ ରାଇରଙ୍ଗପୁର, ଏବଂ ବ୍ଲକ ଶିକ୍ଷାଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।ବକୃତା, ଚିତ୍ରଙ୍କନ,ସୃଜନଶୀଳ ଲିଖନ ଏବଂ ରଙ୍ଗୋଲି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଇ ଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ , ୧୬୦ ଅଭିଯୋଗ ପଞ୍ଜିକୃତ

masiha

ପୁରୁଷ ବିଶ୍ୱକପ ହକି ଶୋଭାଯାତ୍ରା କୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ସୁସ୍ୱାଗତମ

Sunil Chandra Nayak

ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ଵର  ମାଳି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ  

masiha

Leave a Comment

error: Content is protected !!