ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

ବନ୍ଧୁଗାଁ ତା ୨୬/୯/୨୩ // ସୋମବାର ଦିନ ବନ୍ଧୁଗାଁ ବ୍ଲକ ସରପଞ୍ଚ ମହାସଂଘର ସଭାପତି ଭାସ୍କର ୱାଟାକା ସମ୍ପାଦକ ରୁଦ୍ର ଜାକାକା ଓ କୋଷାଧକ୍ଷ ୱାଟାକା ଜଗାନଙ୍କ ନେତୃତ୍ଵ ରେ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ନିଜ ଗ୍ରାମପଞ୍ଚାୟତର ବିଭିନ୍ନ ପ୍ରକାର କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ସରପଞ୍ଚ ମିଳିତ ହୋଇ ନିଜର ୧୫ ଦଫା ଦାବି ଗୁଡ଼ିକ ଆଜି ପର୍ଯ୍ୟନ୍ତ ରାଜ୍ଯ ସରକାର ଶୁଣୁ ନାହାନ୍ତି । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଯେଉଁ ସରକାରଙ୍କ ଯୋଜନା ରହିଛି ତାହା କାର୍ଯ୍ୟକାରିତା କରିବାରେ ସମ୍ପୂର୍ଣ ଅସହଯୋଗ କରିବା ପାଇଁ ଜଣାଇଛନ୍ତି। ଏଥିପାଇଁ ସାଧାରଣ ଜନତା ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ରହିଛି ତାହା ସରକାର ହିଁ ଦାୟୀ ରହିବେ ବୋଲି ଜାଣିବାକୁ ମିଳିଛି। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ଘାଷାଇ ମେଲେକା, ଲକ୍ଷ୍ମୀ କାଡ୍ରାକା, ମୋତି ମାଣ୍ଡି ଙ୍ଗି, ଝିଲି ତାଡ଼ିଙ୍ଗୀ, ଇରାମା କାଡ୍ରାକା, ସୁନ୍ଦୂରୁ ପିଡିକା, ମେଲେକା ଆକାମା, ସୁସ୍ମିତା ପିଡିକା, ମେଲେକା ଗୌରୀ ଓ ଶେଖର କଣ୍ଡାଗରି ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

masiha

ଇସ୍କଫର 23 ତମ ରାଜ୍ଯସ୍ତରୀୟ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!