ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ମ.ରାମପୁର,୨୭/୯(ମସୀହା): କଳାହାଣ୍ଡି ଜିଲ୍ଲାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ଙ୍କ ଜନ୍ମ ମାଟି ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୁଶମାରାଣୀ ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ଥିବାବେଳେ ଏଥିରେ ଅତିଥି ଭାବରେ ନୟନ କୁମାର ନାୟକଙ୍କ ସମେତ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଦାୟାଦ ଯୋଗେଶ୍ୱର ମାଝୀ, ବିଶୁକେସନ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକମାନେ ଉପସ୍ଥିତ ରହିଥିଲେ l ଲଳିତ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ l ଏହି ଅବସରରେ ମିଶନ ଶକ୍ତି ଓ ଉଦ୍ୟାନ ବିଭାଗ ପକ୍ଷରୁ ଷ୍ଟଲ ଖୋଲି ସରକାରଙ୍କ ବିଭିନ୍ନ ଯୋଜନା ପ୍ରଦର୍ଶିତ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

ଔପଦା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲା ଔପଦା ନାଗରିକ ମଞ୍ଚ, ସହଯୋଗରେ ଆଇନ ଜୀବି ଓ ସାମ୍ବାଦିକ

masiha

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନର ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!