ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩
ଡାବୁଗାଁ, ୨୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭନ୍ନ ବିଦ୍ୟାଳୟରୁ ୩ ଶ୍ରେଣୀର ମୋଟ ୧୫୮ ଜଣ ଛାତ୍ରୀ ଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୩୪ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ ଓ ୨୪ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ଥିଲେ | ସେହିପରି ବ୍ଲକ ଅଧୀନ ବିଭନ୍ନ ବିଦ୍ୟାଳୟରୁ ୫ମ ଶ୍ରେଣୀ ର ୧୫୪ ଜଣ ଛାତ୍ରୀ ଛାତ୍ର ପଞ୍ଜୀକୃତ କରିଥିବା ବେଳେ ୧୩୮ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ ଓ ୧୬ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ
ଥିଲେ | ଏଥିରେ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ସମେତ ୧୨ ଜଣ ଇନିଭିଜିଲେଟର ପରୀକ୍ଷା ପରିଚାଳନା ଦାୟିତ୍ଵ ରେ ରହିଥିଲେ | ଏଥିରେ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ


