ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବ ପାଇଁ ଆବାସ ଯୋଜନା ସାତ ସପନ 

ଗରିବ ପାଇଁ ଆବାସ ଯୋଜନା ସାତ ସପନ 

ମ.ରାମପୁର,୨୮/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ଗ୍ରାମର ଫକୀର ବାଗଙ୍କ ଘର ବହୁ ବର୍ଷା ହେଲା ଭାଙ୍ଗି ଯାଇଥିବା ବେଳେ ସେ ଦୀର୍ଘ ଦିନ ହେଲା ଭଙ୍ଗା କୁଡ଼ିଆରେ ରହି ଆସୁଛନ୍ତି l ସେ ଜଣେ ଅତି ଗରିବ ଓ଼ ଅସହାୟ ବ୍ୟକ୍ତି ଅଟନ୍ତି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବହୁବାର ଆବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନାହିଁ | ବ୍ଲକ ଅଧିକାରୀ, ସରପଞ୍ଚ ଓ଼ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ଅନେକ ବାର ନିଜର ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି l କିନ୍ତୁ କେହି ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସେ l ବହୁ ବର୍ଷ ହେଲା ଏହି ଦରଭଙ୍ଗା ଘରେ ତାଙ୍କ ପତ୍ନୀଙ୍କ ସହ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି l ଭଙ୍ଗା ଦଦରା ଘର ହୋଇଥିବାରୁ ବର୍ଷା ସମୟରେ ଘର ଭିତରେ ଆଣ୍ଠୁଏ ପାଣି ଜମି ଯାଏ l ଫଳରେ ରୋଷେଇ କରି ଖାଇବା ମଧ୍ୟ ସମ୍ଭବ ହୋଇନଥାଏ l ସରକାରୀ ଯୋଜନାରେ ପକ୍କା ଘର ଖଣ୍ଡିଏ ତାଙ୍କୁ ଯୋଗେଇ ଦେବା ପାଇଁ ପ୍ରଶାସନ ପାଖରେ ସେ ନିବେଦନ କରିଛନ୍ତି l ପ୍ରଶାସନ ଏଥିପ୍ରତି ଜରୁରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

masiha

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

masiha

Leave a Comment

error: Content is protected !!