ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

ଜୁନାଗଡ଼,୨୮/୯(ମ ନି ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସୁନ୍ନି ଜମାତ କମିଟି ପକ୍ଷରୁ ପ୍ରଫେଟ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ସକାଳୁ ସମସ୍ତ ମୁସଲମାନ ଭାଇଭଉଣୀ ମସଜିଦ ଠାରେ ଏକତ୍ରିତ ହୋଇଥିଲେ । ପରେ ମସଜିଦରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣାବସ ଷ୍ଟାଣ୍ଡ, କଲମପୁରର ଛକ, ନୂଆ ବସ ଷ୍ଟାଣ୍ଡ, ଇନ୍ଦିରା ଗାନ୍ଧୀ ଛକ ଦେଇ ପୁଣି ମସଜିଦ କୁ ଆସିଥିଲେ । ଏହି ଶୋଭାଯାତ୍ରାରେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଲୋକଙ୍କୁ ସଚେତନତା କରିବା ସହ ଜିଲ୍ଲା ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ନି ମୁସଲିମ କମିଟିର ସଭାପତି ମହମ୍ମଦ ହନୀପ, ସମ୍ପାଦକ ରଫିକ ଖାନ, କୋଷାଧ୍ୟକ୍ଷ ସେକ ରୋଷନ ଅଲ୍ଲୀ, ସାହିଲ ଖୁରେସି, ଶେଖ ଅବଦୁଲ ମହସିନ, ଅବଦୁଲ କରିମ ସମେତ ଶତାଧିକ ମୁସଲମାନ ଭାଇଭଉଣୀ ଉପସ୍ଥିତ ଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

masiha

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!