ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

ଡାବୁଗାଁ, ୨୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଦୂର୍ଗା ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି | ଏହାସହ ମାଁ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ପ୍ରଥମେ ଅଙ୍ଗୀ ନଦୀରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣାଯାଇ ମାଟି ପୂଜନ କରାଯାଇଛି | ଏଥିରେ କର୍ତ୍ତା ଭାବେ ବିକାଶ ରଞ୍ଜନ ନିଶଙ୍କ ଓ ଜି. ଜଗନ୍ନାଥ ରାଓ ପ୍ରମୁଖ ମାଟି ଆଣିଥିଲେ | ଏଥିରେ ଦୂର୍ଗା ପୂଜା କମିଟିର ସଭାପତି ଜି. ଗୋପାଳକୃଷ୍ଣ ରାଓ, ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଏମ. ସୂର୍ଯ୍ୟନାରାୟଣ ଶୁବୁଦ୍ଧି, କୈଳାସ ଚନ୍ଦ୍ର ବିଶୋଇ, ଦିବାନ ସିଂ, ସୁରେଶ ଚନ୍ଦ୍ର ବେହେରା, ବାବି ଜେନା, ରାମା ଶୁବୁଦ୍ଧି, ଭଗବାନ ଖୁଣ୍ଟିଆ, ଟିଟୁ ଜେନା, ଜଗନ୍ନାଥ ବିଶୋଇ, ଚମ୍ପାଲାଲ ଅଗ୍ରୱାଲ ଓ ଜି. ସତ୍ୟା ରାଓ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିିଦ୍ୟାଷ୍ଟଡ଼ି ପଏଂଟରେ ପ୍ରଭୁ ଗଣେଶଙ୍କ ଆଶିଷ ଭିକ୍ଷା କଲେ ଛାତ୍ରଛାତ୍ରୀ

Sunil Chandra Nayak

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Sunil Chandra Nayak

ମ.ରାମପୁରରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ

Leave a Comment

error: Content is protected !!