ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବୋବରିଆ ଠାରେ ବିଜେପି ଦଳ ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ 

ବୋବରିଆ ଠାରେ ବିଜେପି ଦଳ ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ 

ଚନ୍ଦାହାଣ୍ଡି (ଦିଲୀପ ଦାସ )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୋବରିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାଲଗାଁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିଷ୍ପତି ପ୍ରକାରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତଥା ମାଲଗାଁ ପ୍ରଭାରୀ ଶ୍ୟାମ ସୁନ୍ଦର ମାଝୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଅକାଳୁ ଜାଲି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଦିଲୀପ ଦାସ ଯୋଗ ଦେଇ ଦଳର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ଦଳ କିପରି ସୁଦୃଢ ସହ ପ୍ରତି ୱାର୍ଡ ସ୍ତରର ମଜବୁତ ହୋଇପାରିବ ସେନେଇ ଉପସ୍ଥିତ କାର୍ଯକର୍ତ୍ତା ଙ୍କୁ ବୁଝେଇଥିଲେ।କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ସବୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।କେନ୍ଦ୍ର ସରକାରଙ୍କ ଯୋଜନା ସବୁକୁ ରାଜ୍ୟ ସରକାର ନିଜ ଯୋଜନା କହି ଜନସାଧାରଣ ମାନଙ୍କୁ ଯେଉଁ ଭୁଆଁ ବୁଲାଉଛନ୍ତି, ସେସବୁ ର ଫର୍ଦାଫାସ କରିବାକୁ ସମସ୍ତ କର୍ମୀମାନଙ୍କୁ ପ୍ରବର୍ତ୍ତାଇଥିଲେ।ଆଗାମୀ ନିର୍ବାଚନରେ ଯେପରି ବିପୁଳ ଭୋଟରେ ଭାଜପା ର ଲୋକସଭା ଓ ବିଧାନସଭା ପାର୍ଥୀ ବିଜୟ ହେବେ ସେଥିପାଇଁ ସମସ୍ତ କର୍ମୀ ନିଷ୍ଠାର ସହିତ କାମ କରିବାକୁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଜପା ନେତା ଭରତ ବାଘ, ମୋହନ ନାୟକ,ଦଶରଥ ଧୂରୁଆ,ଡମ୍ବରୁ ନାୟକ,ଜୟରାମ ବାଘ,ଦିବାକର ନାୟକ,ଶ୍ୟାମ ମାଝୀ,ହରିଚନ୍ଦନ ଗୌଡ଼, ଶ୍ୟାମସୁନ୍ଦର ନାଗ, ମନ ଧର ସମରଥ, ଚହର ସୁନା, ରୁପଧର ନାଗ, ଗୋବର୍ଧନ ନାଗ, ରାମ ପୂଜାରୀ, ବଳଭଦ୍ର ଜାଲ, ପ୍ରମୁଖ ଙ୍କ ସହ ମାଲଗାଁ ଜୋନର ସମସ୍ତ ପଂଚାୟତ ସ୍ତରୀୟ ଏବଂ ବରିଷ୍ଟ କର୍ମୀମାନେ ଉପସ୍ଥିତ ରହିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

masiha

ଗୋପାଳପୁର ଷୋଳ ପ୍ରହର ପରିଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ 

masiha

ଗ୍ୟାରେଣ୍ଟି କାର୍ଡ ବଣ୍ଟନ  ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର 

masiha

Leave a Comment

error: Content is protected !!