ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମୁଁଘର ଗାଁରେ ଭଣଜାର ସନ୍ଦେହ ଜନକ ମୃତ୍ୟୁ ,ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ତଦନ୍ତ ପାଇଁ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍।

ଭବାନୀପାଟଣା,୨୫|୩(ମ ନି ସ ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ଅଞ୍ଚଳର ନୁନରେସ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାମୁଁଘର ଗାଁକୁ ଯାଇ ଭଣଜାର ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ଥୁଆମୂଳ ଭଟାଗୁଡା ଗ୍ରାମର ବୁଟିସିଂ ମାଝୀଙ୍କ ବିବାହିତ ପୁଅ କିଆଫୁଲ ମାଝୀ (୪୦)ନିଜ ସ୍ତ୍ରୀ ମହକେଇ ମାଝୀ ଓ ପୁଅକୁ ନେଇ ଗତ ୨୨ ତାରିଖରେ ମାମୁଁ ବାନ୍ଦୁ ମାଝୀ ଘର ନୁନରେସ୍ ଗାଁକୁ ଯାଇଥିଲା।୨୩ ତାରିଖ ରାତିରୁ କିଆଫୁଲ ଆଉ ମାମୁଁ ଘରକୁ ଫେରିନଥିଲା।ପରଦିନ ୨୪ ତାରିଖ ସକାଳୁ ଖୋଜାଖୋଜି କରିଲା ସମୟରେ ଗ୍ରାମ ନିକଟ ଜଙ୍ଗଲର ଏକ ପଣସ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ନେଇ କିଆଫୁଲର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ନେଇ କିଆଫୁଲର କାକା ଘାସିରାମ ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ତୁରନ୍ତ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ଗୁଣପୁର ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କଲାପରେ ସାଇଣ୍ଟିଫିକ୍ ଦଳକୁ ସୂଚନା ଦେଇଥିଲେ।ପରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ସବୁ ଦେଖି ଫେରିଛନ୍ତି। ପୋଲିସ ଶବ ଜବତ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଏନେଇ ଥୁଆମୂଳ ରାମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।ଗୁଣପୁର ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଏହି ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Related posts

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

Sunil Chandra Nayak

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

Sunil Chandra Nayak

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!