ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୟଂଶାସିତ ମହାବିଦ୍ୟାଳୟରେ କ୍ୟାରିଅଁର କାଉନସେଲିଂ

ଖଡ଼ିଆଳ ସୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଛାତ୍ରଛାତ୍ରୀଙ୍କ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଡିନର ପ୍ରମୋଦ ସାହୁ, ପରୀକ୍ଷା ନିୟନ୍ତ୍ରକ ଚନ୍ଦ୍ରଶେଖର ଚନ୍ଦ୍ରକାର, ଅଧ୍ୟାପକ ହରେକୃଷ୍ଣ ମିଶ୍ର, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ନାକ ସଂଯୋଜକ ପ୍ରାଧ୍ୟାପକ ଡଃ ତରୁଣ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଅତିଥ୍‌ ମାନେ ସ୍ନାତକ ପରେ କେଉଁ କେଉଁ ଚାକିରୀ ତଥା କାର୍ଯ୍ୟକ୍ରମ ପରିଚାଳନା କରିପାରିବେ ତା ଉପରେ ଆଲୋଚନା କରାଯାଇଥିଲା । କଲେଜ ଦ୍ବାରା ପରିଚାଳିତ ଇ ଜରନାଲ, ଇ-ପୁସ୍ତକ, ଇ-ମାଗାଜିନ ବ୍ୟବହାର କରି କିପରି ଆଇଏଏସ, ଓଏଏସ, ବେଙ୍କିଙ୍ଗ, ରେଳେୱେ ଇତ୍ୟାଦିର ଚାକିରୀ ପାଇପାରିବେ ତାହା ଆଲୋଚନା ହୋଇଥିଲା । ଏଥିରେ ସ୍ନାତକ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

ଭବାନୀପାଟଣା ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!