ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୟଂଶାସିତ ମହାବିଦ୍ୟାଳୟରେ କ୍ୟାରିଅଁର କାଉନସେଲିଂ

ଖଡ଼ିଆଳ ସୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଛାତ୍ରଛାତ୍ରୀଙ୍କ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଡିନର ପ୍ରମୋଦ ସାହୁ, ପରୀକ୍ଷା ନିୟନ୍ତ୍ରକ ଚନ୍ଦ୍ରଶେଖର ଚନ୍ଦ୍ରକାର, ଅଧ୍ୟାପକ ହରେକୃଷ୍ଣ ମିଶ୍ର, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ନାକ ସଂଯୋଜକ ପ୍ରାଧ୍ୟାପକ ଡଃ ତରୁଣ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଅତିଥ୍‌ ମାନେ ସ୍ନାତକ ପରେ କେଉଁ କେଉଁ ଚାକିରୀ ତଥା କାର୍ଯ୍ୟକ୍ରମ ପରିଚାଳନା କରିପାରିବେ ତା ଉପରେ ଆଲୋଚନା କରାଯାଇଥିଲା । କଲେଜ ଦ୍ବାରା ପରିଚାଳିତ ଇ ଜରନାଲ, ଇ-ପୁସ୍ତକ, ଇ-ମାଗାଜିନ ବ୍ୟବହାର କରି କିପରି ଆଇଏଏସ, ଓଏଏସ, ବେଙ୍କିଙ୍ଗ, ରେଳେୱେ ଇତ୍ୟାଦିର ଚାକିରୀ ପାଇପାରିବେ ତାହା ଆଲୋଚନା ହୋଇଥିଲା । ଏଥିରେ ସ୍ନାତକ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

Leave a Comment

error: Content is protected !!