ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ହାଇ ସ୍କୁଲରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ 

ଚିଲିଗୁଡା ହାଇ ସ୍କୁଲରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ 

ଚିଲିଗୁଡା ତା ୧/୧୦ ( ମ ନି ସ) ମୁଣ୍ଡର।ଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ,ମୁଣ୍ଡରା ଗୁଡା ଗ୍ରସମ ପଞ୍ଚାୟତ ଓ ମାତୃକୃପା ଉତ୍ପାଦକ ଗୋଷ୍ଠୀ ର ମିଳିତ ଆନୁକୂଲ୍ୟରେ ଚିଲିଗୁଡା ନୀଳମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ହୋଇଥିବା ସମାବେଶରେ ସଭାନେତ୍ରୀ ଅଞ୍ଜଳି ମୁଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନାରୀ ଶକ୍ତି ତଥା ଆଇନଜୀବୀ ରଶ୍ମି ଲତା ପାଢ଼ୀ ,ସମ୍ମାନିତ ଅତିଥି ଭାବେ ଆଶା କର୍ମୀ କ୍ଷମା ଶିଳା ଛ ତ୍ରିଆ ,ରଞ୍ଜିତ। କଟା ,ମାଳତୀ ମାଝି ଓ ପାର୍ବତୀ ସୁନାନୀ ଯୋଗଦାନ କରି ପ୍ରତିଟି ପରିବାର ପରିଷ୍କାର ପରିଛନ୍ନ ହେଲେ ସମାଜ ଓ ଦେଶ ଆବର୍ଜନା ମୁକ୍ତ ହେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।ଗୋଷ୍ଟି ସହାୟିକା ସୁନିତା ବିହାରୀ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ବିନୋଦିନି ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ନେପୁର ନ।ଏକ ମଞ୍ଚ ପରିଚାଳନା କରି ଥିବା ବେଳେ ସାଧନ କର୍ମୀ ଭାବେ ସସ୍ମିତା ନ।ଏ କ ,ପଦ୍ମାବତୀ ପଟେଲ ଓ ରେଣୁକା ଭାଟି ଯୋଗଦାନ କରି ସରକାରଙ୍କ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।ଏହି ଅବସରରେ ଚିଲିଗୁଡା ଓ ଖସିଗୁଡା ଗ୍ରାମର ଶତାଧିକ କିଶୋରୀ ବାଳିକା ମାନଙ୍କୁ ସେନିଟାରୀ ପେଡ ବଣ୍ଟନ କରାଯାଇ ଥିଲା ।ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ସରକାରୀ ଅନୁଷ୍ଠାନ ଅଫିସ ଗୃହ ଏବଂ ସାର୍ବଜନୀନ ସ୍ଥଳୀ ସଫା ସୁତୁରା କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କୁ ନେଇ ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ 

masiha

ଡାବୁଗାଁରେ ଲୋକକଳା ଦିବସ ପାଳିତ

Sunil Chandra Nayak

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ 

Sunil Chandra Nayak

Leave a Comment

error: Content is protected !!