ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ଥାନା ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଦୁର୍ବୁତ୍ତ ଫେରାର

ଜୁନାଗଡ଼ ଥାନା ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଦୁର୍ବୁତ୍ତ ଫେରାର

ଜୁନାଗଡ଼,୧/୧୦(ମ ନି ସ)ଜୁନାଗଡ଼ ଥାନା ଅନ୍ତର୍ଗତ ବୁଢ଼ୀଦର ପଂଚାୟତ ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟାକାଣ୍ଡ ଘଟାଇ କୌଣସି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।ଏହି ହତ୍ୟାକାଣ୍ଡର ଶିକାର ମା ସହିତ ଏକ ନିଷ୍ପାପ ଶିଶୁ ମଧ୍ୟ ହୋଇଛି।ସୂଚନା ମତେ ସଙ୍କରପଳା ଗ୍ରାମ ମାଲପଡା ରାସ୍ତା କଡରେ ଅପରାହ୍ଣନ ରେ ତିନି ଜଣ ହତ୍ୟାକାଣ୍ଡର ଶିକାର ହୋଇ ରାସ୍ତାକଡରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ଏହାପରେ ଜୁନାଗଡ଼ ଥାନାକୁ ଖବର ଦେଲା ପରେ ଜୁନାଗଡ଼ ଥାନା ଅଧିକାରୀ ଶେଷଦେଵ ବେହେରା ସଦଲବଳେ ଓ ପୋଲିସ ସାଇଟିଫିକ ଟିମ ପହଞ୍ଚି ସେଠାରେ ତଦନ୍ତ ଜାରିରଖିଛନ୍ତି।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି।ହତ୍ୟାକାଣ୍ଡର ଶିକାର ହେଉଥିବା ସଙ୍କରପଳା ଗ୍ରାମର ରାଇମତି ମାଝୀ(୩୫)ଓ ତାଙ୍କର ଶିଶୁ ପୁତ୍ର ଶିବଶକ୍ତି ମାଝୀ(୨)ଏବଂ ମହେନ୍ଦ୍ର କୁମାର(୬୦) ଏହି ସମସ୍ତଙ୍କୁ ଧାନ କଟାଇଲାରେ ଗଳାରେ କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।ଅନ୍ୟ ପକ୍ଷରେ ହତ୍ୟାର ଶିକାର ହୋଇଥିବା ରାଇମତିଙ୍କ ସ୍ୱାମୀ ବ୍ରଜ ମାଝୀ ତାଙ୍କ ପରିବାର ମଧ୍ୟରେ ଏକ ହତ୍ୟାକାଣ୍ଡ ଘଟାଇ ଦୀର୍ଘଦିନହେଲା ଜେଲରେ ସଜା କାଟୁଥିବା ଜଣାପଡିଛି।ଘଟଣା ସ୍ଥଳରେ ଧର୍ମଗଡ଼ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଚିଲିଗୁଡା ଫାଣ୍ଡି ଅଧିକାରୀ ଜୁନାଗଡ଼ ପୋଲିସ ଓ ସାଇଟିଫିକ ଟିମଉପସ୍ଥିତ ରହି ତଦନ୍ତ ଜାରିରଖିଥିବା ବେଳେ ଖବର ଲେଖା ହେବା ପର୍ଯନ୍ତ ହତ୍ୟାକାରୀର କୌଣସି ସୁରାକ ମିଳିନଥିବା ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଗ୍ରୋସରୀ ଦୋକାନରୁ ଲୁଟ:ଥାନାରେ ଅଭିଯୋଗ 

masiha

ବିଷ ପିଇ ଯୁବକ ର ଆତ୍ମହତ୍ୟା 

Sunil Chandra Nayak

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

masiha

Leave a Comment

error: Content is protected !!