ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – କହିବ କି ସତ?

କହିବ କି ସତ ?

 

କହିବ କି ସତ

    କାଳିଆ ସାଆନ୍ତ

        କପଟ ନ ରଖି ମନେ

ଲେଖା ଅଛି ଯାହା

     ମାଳିକା ବଚନ

         ଘଟିବ କି ସତ ଦିନେ.

ଆସିବ ତ୍ରିଜଟା

    ଶ୍ରୀକ୍ଷେତ୍ର ଭୂଇଁରୁ

       ନେବ ସେ ତୁମକୁ ଭିଡି

ହଜିଯିବ ସୁଖ

    ସମ୍ପତ୍ତି ବିଭବ

        ହାହାକାର ଯିବ ମାଡି.

ତୁମ ହସ ଦେଖି

    ଲାଗେ ମନେ ଭିତ୍ତି

        ଅଛିକି ଛଳନା ଛନ୍ଦ

ଯଦୁ ବଂଶ ଧ୍ବଂସ

     ରଚିଥିଲ ଯେବେ

         ହସୁଥିଲ ମନ୍ଦ ମନ୍ଦ.

ଅନ୍ୟାୟ ଅନୀତି

    ଦୁଷ୍କର୍ମ ଦୁର୍ନୀତି

        ବେଳୁ ବେଳ ଯାଏ ବଢି

ନ ଜାଣିଲା ପରି

    ବସିଛ ଗୋସାଇଁ

       କି ଭାବ ରେ ଅଛ ବୁଡି.

ନିଜ ବଂଶ ନାଶି

    ହେଲ ନିରୁଦ୍ଧିଷ୍ଟ

        ଗୋପନେ ରହିଲ ଯାଇ

ଶବର ରାଜନ

     ହୋଇଗଲା ଧନ୍ୟ

        ତୁମରି ସାନିଧ୍ୟ ପାଇ.

ତୁମେ ତ ପରଂବ୍ରହ୍ମ

     କୋଟି ସୂର୍ଯ୍ୟ ସମ

         ଅଗ୍ନି ତେଜ ପରିପୂର୍ଣ

କାହିଁ କାର ବଳ

     ନେଇଯିବ ବାନ୍ଧି

         ମହାମେରୁ ଶିଳାବ୍ରହ୍ମ.

ଅଗ୍ନିର ସ୍ପୁଲିଙ୍ଗ

    ଜାଳିଦେବ ସବୁ

         ପ୍ରଭୁ ହେବେ ଅନ୍ତର୍ଧ୍ୟାନ

ସତରେ ଏମିତି

   ରଚିଛ କି ତୁମେ

        ପ୍ରଭୁ କାଳୀୟ ଗଞ୍ଜନ.

ଯିବ ନାହିଁ ଛାଡି

     ସମ୍ପର୍କ ତୁଟାଇ

         ଭକ୍ତବନ୍ଧୁ ଭାବଗ୍ରାହୀ

ହୃଦୟ ସ୍ପନ୍ଦନ

    ତୁମେ ତ ଜୀବନ

          ତୁମ ବିନା ଗତି ନାହିଁ.

ସୁଜାତା ଦାସ
ବାଲେଶ୍ୱର

Related posts

ବିକାଶ କଲେଜ ପକ୍ଷରୁ ଚଳିତ ମାଟ୍ରିକ ଗ୍ରେଡ ୧ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

Sunil Chandra Nayak

ଶୁଖିଲା ଖାଦ୍ୟ ବଣ୍ଟନ କଲେ ବିଜେପି ନେତା

Sunil Chandra Nayak

Leave a Comment

error: Content is protected !!