ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

ସଇଁତଲା ତା. ୧ /୧0 ସଇଁତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କଦଳିମୁଣ୍ଡା ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି l ହଜାର ହଜାର ସଂଖ୍ୟା ରେ ଆଦିବାସୀ ମାନେ ପାରମ୍ପରିକ ବେଶଭୁଷା ସହିତ ନାଚି ନାଚି ଗାଁ ପରିକ୍ରମା କରିଥିଲେ l ସାଂସ୍କୃତିକ ଶୋଭାଯାତ୍ରା ରେ ଗାଁ ଉତ୍ସବ ମୁଖର ହୋଇଥିଲା l ସମସ୍ତ ଗ୍ରାମବାସୀ ଆଦିବାସୀ ମାନଙ୍କ ଶୋଭାଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଶୋଭାଯାତ୍ରା ପରେ ଫୁଟବଲ ପଡ଼ିଆ ଠାରେ ବିରାଟ ସଭା ଆୟୋଜନ କରାଯାଇଥିଲା l ସଂଘ ର ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ବିଶିଷ୍ଟ ଆଦିବାସୀ ମହିଳା ନାରୀନେତ୍ରୀ ତଥା ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମିଥିଲା ମାଝି,ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ,ବ୍ଲକ ସଭାପତି ମନରଞ୍ଜନ ଭୋଇ,ବରୁଣ ଚନ୍ଦ୍ର ଭୋଇ,ଚନ୍ଦ୍ର ଶେଖର ବରିହା, କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ,ଉଦବୋଧନ ଦେଇଥିଲେ l ଗିରିଧାରୀ ଭୋଇ, ଗୌରାଙ୍ଗ ବରିହା,ସଂଘ ର ବ୍ଲକ ସମ୍ପାଦକ ଟଙ୍କଧର ଧରୁଆ ସଭା ପରିଚାଳନା କରିଥିଲେ l ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଲେ ଓଡିଶା ସରକାର ଆଦିବାସୀ ସଂସ୍କୃତି, ଭାଷା, ଦେବଦେବୀ ପୀଠ, କ୍ରୀଡା, କଳା,ସାହିତ୍ୟ ସୁରକ୍ଷା ପାଇଁ ବଲାଙ୍ଗିର ଜ଼ିଲ୍ଲା କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଧନ୍ୟବାଦ ର ପାତ୍ର lଆଦିବାସୀ ସମ୍ପ୍ରଦାୟ କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ଗୁଣାତ୍ମକ ଶିକ୍ଷା ନିଃଶୁଳ୍କ ପ୍ରଦାନ କରିବା ଆବଶ୍ୟକ l ଆଦିବାସୀ ମାନଙ୍କ ଜମି,ଜଳ, ଜଙ୍ଗଲ, ଜୀବଜନ୍ତୁ,ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ସଚେତନ ରହିବା ଉଚିତ l ଆଦିବାସୀ ସମ୍ପ୍ରଦାୟ ର ପ୍ରଥlଗତ ଅଧିକାର, ପରମ୍ପରା ରୀତିନୀତି ପୁନଃଉଦ୍ଧାର ପାଇଁ ଆଦିବାସୀ ଯାନିଯାତ୍ରା, ପର୍ବ ପର୍ବାଣୀ, ଉତ୍ସବ ମହୋତ୍ସବ କରିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ l ସଭାରେ ନକଲି ଆଦିବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ଜମି ହସ୍ତାନ୍ତର ବନ୍ଦ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଏଟ୍ରୋସିଟି କେଶ କଡାକଡି କାର୍ଯ୍ୟକାରୀ କରିବା, ଆଦିବାସୀ ସେବlଶ୍ରମ ଆଶ୍ରମ କନ୍ୟାଶ୍ରମ ଗୁଡିକୁ ଫାଇଭ ଟି ସୁବିଧା ପ୍ରଦାନ କରିବା, ଆଦିବାସୀ ଶିକ୍ଷିତ ଯୁବକ ଯୁବତୀ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରଦାନ,ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, କଦଳିମୁଣ୍ଡା ର ଚାଷୀ ଜମି ରେ ଜଳସେଚନ ବ୍ୟବସ୍ଥା ପାଇଁ ମରା ଜୋର ରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ, କଦଳିମୁଣ୍ଡା ରୁ କୁଡାସିଙ୍ଗା କୁ ଯାତାୟାତ ପାଇଁ ପିଚୁ ରାସ୍ତା ନିର୍ମାଣ କପାଇଁ ଆଦିବାସୀ ନେତାମାନେ ବକ୍ତବ୍ୟ ପ୍ରସଙ୍ଗରେ ଦାବୀ ଉପସ୍ଥାପନା କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେଶତାଧିକ ଆଦିବାସୀ କଳାକାର ମାନଙ୍କ ଦ୍ୱାରା ନୃତ୍ୟଗୀତ ପ୍ରତିଯୋଗିତା ହୋଇଥିଲା l ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତି ହାସଲ କରିଥିବା କଳାକାର ମାନଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରମାଣପତ୍ର ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ହିଞ୍ଜିଳିକାଟୁ ଅଞ୍ଚଳରେ ବେଆଇନ ବାଲି ଖନନ: ନଦୀ, ପରିବେଶ ଓ ଚାଷ ଉପରେ ଗଭୀର ସଙ୍କଟ 

Sunil Chandra Nayak

ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!