ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

ଡାବୁଗାଁ, ୨/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ, ଭୈରବ ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରୀଛାତ୍ର ଓ ଶିକ୍ଷକ ମାନେ ସ୍ମୃତି ଚାରଣ କରିଥିଲେ | ଏହି ଅବସରରେ ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଜୟନ୍ତୀନଗର ଛକରେ ଥିବା ଗାନ୍ଧୀ ପାର୍କ ମଧ୍ୟରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବ୍ଲକ ପ୍ରଶାସନ ତରଫରୁ ଏବିଡିଓ ପଦ୍ମନାଭ ତ୍ରିପାଠୀ ପୁଷ୍ପମାଲ୍ୟ ଦେଇ ସ୍ମୃତି ଚାରଣ କରିଥିଲେ | ଏହାସହ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମାନେ ମଧ୍ୟ ଗାନ୍ଧୀଜୀଙ୍କ ପରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପବିତ୍ର ରଥ ଯାତ୍ରା ଅବସରରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଦହି ଓ ଜଳ ବଣ୍ଟନ

masiha

ଦୁଇ ବାଇକ ମଧ୍ୟରେ ଧକ୍କା, ଦୁଇ ଗୁରୁତର 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ତରଫରୁ ୭ ଟି ଆଶ୍ରୟସ୍ଥଳୀ ରେ ୨୭୫ ଜଣଙ୍କୁ ରିଲିଫ୍ ବଣ୍ଟନ 

masiha

Leave a Comment

error: Content is protected !!