ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ରାଉରକେଲା କଲେଜରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ରାଉରକେଲା:/ ସ୍ଥାନୀୟ ସେକ୍ଟର-୪ସ୍ଥିତ ରାଉରକେଲା କଲେଜ ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭା ଗୃହ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ସହକାରୀ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତଙ୍କ ସହଯୋଗରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ‘ସ୍ବଚ୍ଛତା ହିଁ ସେବା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅତିଥି ଭାବେ ଯୋଗଦେଇ ସହକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ବନ୍ଦନା ସୋରେଙ୍ଗ, ସହକାରୀ ପ୍ରାଧ୍ୟାପକ ମନୋଜ କୁମାର ଦଳାଇ, ଅଧ୍ୟାପକ ତରଣୀ ନାୟକ, ଜିତେନ୍ଦ୍ର ଡାକୁଆ ମହାତ୍ମାଗାନ୍ଧୀଙ୍କ ତୈଳଚିତ୍ରରେ ଶ୍ରଦ୍ଧା-ସୁମନ ଅର୍ପଣ ପୂର୍ବକ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ। ଋଷି ପରମ୍ପରାରୁ ସିନ୍ଧୁ ସଭ୍ୟତା, ବେଦ- ଉପନିଷଦରୁ ଯୋଗ ଶାସ୍ତ୍ର ପର୍ଯ୍ୟନ୍ତ, ପୁରାଣ ପରମ୍ପରାରୁ ଓଷାବ୍ରତ, ମନୁ ମହର୍ଷିଙ୍କ ଠାରୁ ମହାତ୍ମାଗାନ୍ଧୀଙ୍କ ପର୍ଯ୍ୟନ୍ତ ‘ସ୍ବଚ୍ଛତା’ ଆମ ସଂସ୍କୃତିର ଆଧାର, ପ୍ରଗତିର ମୂଳାଧାର ରୂପେ ଉପସ୍ଥାପିତ । କାଳଚକ୍ରରେ ଆତ୍ମବିସ୍ମୃତ ଏହି ମହାନ ଜାତି ଭିତରେ ସ୍ବଚ୍ଛତାର ପୁନଃ ସଂସ୍ଥାପନ ପାଇଁ ବଳିଷ୍ଠ ପ୍ରତିବଦ୍ଧତା ହୋଇ ଉଭା ହେଲେ ଶତାବ୍ଦୀ ପୁରୁଷ ଗାନ୍ଧୀଜୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଧ୍ୟାପକ ବିକ୍ରମ ସାହୁ, ଅନିଲ କୁମାର ରାମ, ପ୍ରଭାତ କୁମାର ବଳ, ଅଧ୍ୟାପିକା ବୈଜୟନ୍ତୀ ବାରିକ, ନିରୂପମା ବେହେରା, ଶର୍ମିଲା ମାଝି ପ୍ରଭୃତି ଉଭୟ କଲେଜର ସମସ୍ତ ଅଧ୍ୟାପକ-ଅଧ୍ଯାପିକାମାନେ ଉପସ୍ଥିତ ରହିଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏହି ଆଲୋଚନାଚକ୍ରକୁ ପରିଚାଳନା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ। ଉଭୟ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର-ଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିବା ବେଳେ ଅନିତା ଜଗଦ୍ଦେବ, ପୂଜା ମହାପାତ୍ର, ପ୍ରଭାତୀ ସାହୁ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଛବିଳ ସେଠୀ, ରୂପେଶ ଗୋପ, ସୌମ୍ୟରଞ୍ଜନ ମହାନ୍ତି, ଛନ୍ଦା ଚରଣ ଭିତିରିଆ, ଲିପ୍ସା ବଳିଆରସିଂହ, ତପସ୍ଵିନୀ କୁମ୍ଭାର, ସୋନାଲି ମହାନନ୍ଦ, ଅଙ୍କିତା ବାର୍ଲା, ଶିବାନୀ କେର୍କେଟା, ସଂଗୀତା କିସପଟା, ମାଳତୀ ଲାକ୍ରା, ସୁସ୍ମିତା ଓରାମ, ବିରାସମୁନି ମିଞ୍ଜ, ପ୍ରିୟଙ୍କା ବାର୍ଲା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

Sunil Chandra Nayak

ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ ରୁ…..

Sunil Chandra Nayak

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

masiha

Leave a Comment

error: Content is protected !!