ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ

ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ 

ବନ୍ଧୁଗାଁ ତା,୨/୧୦/୨୩, // ଆଜି ବନ୍ଧୁଗାଁ ବ୍ଲକର ପୁର୍ବତନ ବିଜେଡ଼ି ସଭାପତି ଶ୍ରୀ ଏସ ନାଗା ରାଜୁ ଙ୍କ ମାଆ ସାର୍ଷାଭଦ୍ରା ବାଙ୍ଗାରାମା ଙ୍କ ପ୍ରାୟ ୭୦ ବର୍ଷ ବୟସରେ ନିଜ ବାସ ଭବନ ଠାରେ ମୃତ୍ୟୁ ହୋଇଯାଇଛି । ଅନେକ ଦିନ ହେଲା ସେ ଅସୁସ୍ଥତା କାରଣରୁ ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ଚିକିତ୍ସା କରାଇ ଘରେ ରହିଥିଲେ । ମୃତ ମାଆ ଜଣେ ଅତି ମେଲାପି ଓ ଶାନ୍ତଶିଷ୍ଟ ମହିଳା  ଥିଲେ। ତାଙ୍କର ମୃତ୍ୟୁ ସମୟରେ ପାଖରେ ଏକ ମାତ୍ର ପୁତ୍ର ଓ ବହୂ ରହିଥିବା ବେଳେ ବିବାହିତ ଦୁଇଜଣ ଝିଅ ଦୂରରେ ରହିଛନ୍ତି । ୨ ବିଭାହିତ ଝିଅ ୪ ଘଟିକା ସମୟରେ ପହଞ୍ଚି ଥିଲେ I ଆଜି ମାଆ ଙ୍କ ମୃତ୍ୟୁରେ ବନ୍ଧୁଗାଁ ବ୍ଲକ ର ଅନେକ ସମ୍ପର୍କୀୟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିବା ସହିତ ମୃତ ଆତ୍ମାର ଶାନ୍ତି ପାଇଁ ସମସ୍ତେ ସମବେଦନା ଜଣାଇଛନ୍ତି । ଶ୍ରୀ ନାଗରାଜୁ ମାନଙ୍କ ଶେଷ ଥର ପାଇଁ ମୁହଁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଆସି ବଙ୍ଗାରାମାଙ୍କ ମୁହଁ ଦେଖିବା ସହ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ I ଏଥି ସହ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା ଲଷ୍ମୀପୁର ଠାରେ ପଦଯାତ୍ରା ଶେଷ କରି ବନ୍ଧୁଗାଁ ପହଞ୍ଚି ବାଙ୍ଗାରାମାଙ୍କ ମୁହଁ ଦେଖି ଦୁଃଖ ପ୍ରକାଶ କରିଥିଲେ I ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ମଧ୍ୟ ପହଞ୍ଚି ଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

Sunil Chandra Nayak

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

Sunil Chandra Nayak

Leave a Comment

error: Content is protected !!