ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁଚଞ୍ଚରାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ଭାଲୁଚଞ୍ଚରାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

ଲାଞ୍ଜିଗଡ଼,୦୩/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁଚଞ୍ଚରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ତଥା ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୁଃଶାସନ ଦାସ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ, ବରିଷ୍ଠ ନାଗରିକ ଭକ୍ତରାମ ଭୋଇ, ୱାର୍ଡସଭ୍ୟ ଟଙ୍କଧର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ! ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୀମା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବରେ ଗୋବର୍ଦ୍ଧନପୁର ସିଆରସିସି ତଥା ଶିକ୍ଷାବିତ୍ ତପନ କୁମାର ଭୋଇ ସ୍ବାଗତ ଅଭିଭାଷଣ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କିରଣ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ! ଏଇ ଅବସରରେ ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ୧୬ଟି ସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ପ୍ରତିଭାଗୀ ଭାବେ ଯୋଗଦେଇଥିଲେ ! ମହୋତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସଙ୍ଗୀତ, ବତ୍କୃତା, ବିତର୍କ, ସୃଜନାତ୍ମକ ଲିଖନ, ସାଧାରଣ ଜ୍ଞାନ, ପ୍ରବନ୍ଧ, ଚିତ୍ରାଙ୍କନ, ହସ୍ତାକ୍ଷର ଓ ଶୃତଲିଖନ, ଦଳଗତ ନୃତ୍ୟ, ମିଲେଟ ମିଶନ ଅନ୍ତର୍ଗତ ସାଧାରଣ ଜ୍ଞାନ, ବତ୍କୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କ୍ରୁତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ! ଏଥିରେ ବିଚାରକ ଭାବେ ବରିଷ୍ଠ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକ, ରଘୁନାଥ ଠାକୁର, ଚିନ୍ତାମଣି ବିଶ୍ବାଳ, ନୀଳାମ୍ବର ସରାଫ, ଆର୍. ଭି. ସନ୍ଧ୍ୟାରାଣୀ, ବଦ୍ରିନାରାୟଣ ନାଗ, ରଞ୍ଜନ ବୁଦ୍ଧିଆ ଓ ପଞ୍ଜୀକରଣ ଦାୟିତ୍ବରେ ମାନସରଞ୍ଜନ ଦୀପ, ପରେଶ କୁମାର ଗହୀର ପ୍ରମୁଖ ଦାୟିତ୍ବ ତୁଲାଇଥିଲେ ! ସୁଶାନ୍ତ କୁମାର ବାରିକ, ଯଶୋବନ୍ତୀ ମାଝୀ, ଦୈତାରୀ ମାଝୀ, ବେଣୁଧର ଶବର, ନଳିନୀକାନ୍ତି ମାଝୀ, ଶରତଚନ୍ଦ୍ର ସାହାଣୀ, ସୁରେନ୍ଦ୍ର ବିଶ୍ବାଳ, ଲକ୍ଷ୍ମଣ ବିଶ୍ବାଳ, ରଘୁନାଥ ବେହେରା, ଲିଙ୍ଗରାଜ ପଧାନ, ଗୁଣନିଧି ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ

masiha

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

masiha

ତିରିଂ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ଓ ଵହଳଦା ଅବକାରୀ ବିଭାଗ ତରଫରୁ ବ୍ୟାପକ ଚଢାଉ,ବ୍ୟାପକ ବେଆଇନ ମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!