ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

ମ,ରାମପୁର,୩/୧୦ (ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସଭା ଗୃହ ଠାରେ ବ୍ଲକ୍ କଳା ସଂସ୍କୃତି ସଂଘ ର ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ଓ ମ,ରାମପୁର ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା ତାଲିମ ଦାତା ଶ୍ରୀପତି ପଟ୍ଟନାୟକ , ମିଶନ ଶକ୍ତି ବିପିଏମ୍ ଦିପ୍ତୀ କିଶୋର ପଟ୍ଟନାୟକ,ଉପସ୍ଥିତ ରହି ସରକାର ଙ୍କ ଦ୍ଵାରା କଳାକାର ମାନଙ୍କୁ ଦିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ । କଳାକାର ଲିଙ୍ଗରାଜ ନାଗ ମଞ୍ଚ ପରିଚାଳନା ସହ ତାଲିମ ପ୍ରଦାନ କରିଥିଲେ । ଏଥିରେ ମ,ରାମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର କଳାକାର ମାନେ ଯୋଗ ଦେଇଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

masiha

Leave a Comment

error: Content is protected !!