ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର 

ମ,ରାମପୁର,୩/୧୦ (ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସଭା ଗୃହ ଠାରେ ବ୍ଲକ୍ କଳା ସଂସ୍କୃତି ସଂଘ ର ବ୍ଲକ୍ ସ୍ତରୀୟ ସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ଓ ମ,ରାମପୁର ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା ତାଲିମ ଦାତା ଶ୍ରୀପତି ପଟ୍ଟନାୟକ , ମିଶନ ଶକ୍ତି ବିପିଏମ୍ ଦିପ୍ତୀ କିଶୋର ପଟ୍ଟନାୟକ,ଉପସ୍ଥିତ ରହି ସରକାର ଙ୍କ ଦ୍ଵାରା କଳାକାର ମାନଙ୍କୁ ଦିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ । କଳାକାର ଲିଙ୍ଗରାଜ ନାଗ ମଞ୍ଚ ପରିଚାଳନା ସହ ତାଲିମ ପ୍ରଦାନ କରିଥିଲେ । ଏଥିରେ ମ,ରାମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର କଳାକାର ମାନେ ଯୋଗ ଦେଇଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

Sunil Chandra Nayak

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!