ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

ରାୟଗଡ଼ା ତା 3.10.2023 0// ରାୟଗଡ଼ା ଜିଲ୍ଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସକୁ ରାୟଗଡ଼ା ଜିଲ୍ଲାରେ ନିଆରା ଭାବରେ ପାଳନ କରାଯାଇଅଛି । ଏହି ଅବସରରେ ନୂତନ ଭାବେ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ବରିଷ୍ଠ ମତଦାତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି । ରାୟଗଡ଼ା ପୌର ପରିଷଦର ବିଭିନ୍ନ ୱାର୍ଡରେ ଶହେ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ବୁଥ ସ୍ତରରେ ଏକ ଶହ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ସଂପୃକ୍ତ ବୁଥ ସ୍ତରୀୟ ଅଧିକାରୀ, ସୂପରଭାଇଜର ତଥା ଅତିରିକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନେ ବରିଷ୍ଠ ମତଦାତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏଭଳି ସ୍ଵତନ୍ତ୍ର ପ୍ରୟାସକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sunil Chandra Nayak

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

Leave a Comment

error: Content is protected !!