ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

ରାୟଗଡ଼ା ତା 3.10.2023 0// ରାୟଗଡ଼ା ଜିଲ୍ଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସକୁ ରାୟଗଡ଼ା ଜିଲ୍ଲାରେ ନିଆରା ଭାବରେ ପାଳନ କରାଯାଇଅଛି । ଏହି ଅବସରରେ ନୂତନ ଭାବେ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ବରିଷ୍ଠ ମତଦାତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି । ରାୟଗଡ଼ା ପୌର ପରିଷଦର ବିଭିନ୍ନ ୱାର୍ଡରେ ଶହେ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ବୁଥ ସ୍ତରରେ ଏକ ଶହ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ସଂପୃକ୍ତ ବୁଥ ସ୍ତରୀୟ ଅଧିକାରୀ, ସୂପରଭାଇଜର ତଥା ଅତିରିକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନେ ବରିଷ୍ଠ ମତଦାତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏଭଳି ସ୍ଵତନ୍ତ୍ର ପ୍ରୟାସକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

masiha

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

Sunil Chandra Nayak

Leave a Comment

error: Content is protected !!