ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

କନ୍ଧମାଳ:ତା,03/10:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସରଂକ୍ଷକ ଭାବେ କାର୍ଯ୍ୟ କରିବା ସହ ସେ ଜଙ୍ଗଲ ସୁରକ୍ଷା, ଵୃକ୍ଷ ରୋପଣ ଏବଂ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ଦିଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କର ନିଷ୍ପତ୍ତି କ୍ରମେ କୌଶିକ ସାହୁଙ୍କୁ ଚଳିତ ମାସ ୭ ତାରିଖ ଶନିବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ କନ୍ଧମାଳ ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Sunil Chandra Nayak

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

Leave a Comment

error: Content is protected !!