ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ।

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ।

କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଗୁରୁବାର ରାତି ୯ ଟାରେ ଯାଉଥିବା ଏକ ଘରୋଇ ବସ ହଠାତ୍ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳି ଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।ଫଳରେ ଗାଡ଼ିରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଜୟପୁର ରୁ ରାଉରକେଲା କୁ ଏହି ବସଟି ଯାଉଥିଲା। ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍‌ର ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଗୁରୁବାର ରାତି ୯ ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ,ଏକ ଘରୋଇ ବସ୍‌ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ଜୟପୁର ଠାରୁ ବାହାରି ଥିଲା। ଏହା ରାଉରକେଲା ଅଭିମୁଖେ ବାହାରି ଥିଲା। ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଘରୋଇ ଯାତ୍ରୀବାହୀ ବସ୍‌ରେ ହଠାତ୍‌ ନିଆଁ ଲାଗିଥିଲା। ବସ୍‌ରେ ନିଆଁ ଲାଗିବା ଜାଣି ଏହାର ଚାଳକ ତୁରନ୍ତ ଉପସ୍ଥିତ ବୁଦ୍ଧି ଲଗାଇ ଥିଲେ। ସେ ତୁରନ୍ତ ବସ୍‌କୁ ଅଟକାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଅଳ୍ପ ସମୟ ମଧ୍ୟରେ ଏହା ଜଳି ଭସ୍ମୀଭୂତ ହୋଇଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

Sunil Chandra Nayak

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

Leave a Comment

error: Content is protected !!