ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

ପିଅନ ଭରସାରେ ହଳଦୀ ମଣ୍ଡି, ସର୍ବାଧିକ ୪କେଜି କଟନି ଅଭିଯୋଗ.

ମୁରିବାହାଲ,୦୯/୦୧/୨୫ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ଧାନ ମଣ୍ଡିକୁ ଗୁରୁବାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ପରିଦର୍ଶନ କରିଥିଲେ।ସେ ବ୍ଲକର ବଡସାଇମରା, ଗୁଡିଘାଟ,ମୁରିବାହାଲ, ପତ୍ରାପାଲି ଓ ହଳଦୀ ମଣ୍ଡି ପରିଦର୍ଶନ କରିଥିଲେ।ବ୍ଲକର ସମସ୍ତ ମଣ୍ଡିରେ ୨ ରୁ ୩ କେଜି ଧାନ କଟନି ହେଉଥିବାବେଳେ କେବଳ ହଳଦୀ ମଣ୍ଡିରେ ସର୍ବାଧିକ ୪କେଜି କଟନି ହେଉଥିବା ଚାଷିମାନେ ତାଙ୍କୁ ଅଭିଯୋଗ କରିଥିବା ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି।ଦୁଃଖର ବିଷୟ ଏହା ଯେ ହଳଦୀ ପେକସ ସମ୍ପାଦକ ବିକାଶ ଆଡଜୁଆଡ ଧାନ କିଣା ଛାଡ଼ି ସବୁବେଳେ ମଣ୍ଡିରେ ଅନୁପସ୍ଥିତ ରହୁଥିବା ଓ ପିଅନଙ୍କ ଭରଷାରେ ହଲଦି ପେକସ ଚାଲିଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିଲେ।ବଡସାଇମରା ମଣ୍ଡିରେ ହାତୀ ଉପଦ୍ରବ କରିଥିବା ୧୪ ଜଣ ଚାଷୀଙ୍କ ୭୮ ବସ୍ତା ହାରାହାରି ୩୦ କ୍ୟୁଣ୍ଟାଲ ଧାନର ଏମ୍ ଏସ ପି ୨୩୦୦ ଟଙ୍କା ଓ ଇନପୁଟ ସବସିଡି ୮୦୦ ଟଙ୍କା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଯୋଗାଇଦେବାକୁ ଶ୍ରୀ ସାଲୁଜା ସରକାରଙ୍କଠାରେ ଦାବି କରିଥିଲେ। ଆଗାମୀ ଦିନରେ ବ୍ଲକର ମଣ୍ଡିଗୁଡିକର ଅବସ୍ଥା ନ ସୁଧୁରିଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାଲୁଜା ଚେତାବନୀ ଦେଇଥିଲେ।ଏହି ସମୟରେ ବ୍ଲକ କଂଗ୍ରେସ କମିଟିର ଗିରିଧାରୀ ସାହୁ, ଭିବିଷଣ ମହାନନ୍ଦ,ଯଦୁପତି ଅଗସ୍ତି,ବୁଲୁ ବିଶି,ତପି ନାଗ,ବୁଲୁ କୁମ୍ଭାର,ବେଣୁ ପସାୟତ,ତୁଲା ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ 

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

masiha

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

Leave a Comment

error: Content is protected !!