ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ବିଭାଗର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ଓଡିଆ ବିଭାଗର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ରାଉରକେଲା:/ ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଓଡିଆ ବିଭାଗ ତରଫରୁ ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ‘ଜାତି ଗଠନରେ ମାତୃଭାଷାର ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ତିନୋଟି ପର୍ବ’ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ବିଶିଷ୍ଟ ସମାଜସେବୀ ଡଃ କିଶୋରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ପର୍ବ,ସ୍ବାଗତ ପର୍ବରେ ଛାତ୍ରୀ ଅନିତା ଜଗଦ୍ଦେବ ମଂଚ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ଅଧ୍ଯାପକ ବନବିହାରୀ କିଷାନ। ସ୍ବାଗତ ସଙ୍ଗୀତ ଗାନ କରିଥିଲେ ପୂଜାରାଣୀ ମହାପାତ୍ର, ଗୁଡ୍ଡି ସୁନା ଓ ତପସ୍ବନୀ କୁମ୍ଭାର। ଏହି ପର୍ବରେ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନବାଗତମାନଙ୍କୁ ସ୍ବାଗତ କରାଯାଇଥିଲା ବେଳେ ଅନ୍ନପୂର୍ଣ୍ଣା ବରାଳ, ସଂଗୀତା ବେହେରା, ମାନସ ବେହେରା ପ୍ରମୁଖ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୨୨ ଜଣ ଓଡ଼ିଆ ଛାତ୍ର-ଛାତ୍ରୀମାନଙ୍କୁ କଲେଜର ଅଧ୍ୟକ୍ଷା ତଥା ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ। ଦ୍ଵିତୀୟ ପର୍ବ, ଆଲୋଚନା ପର୍ବକୁ ସଂଚାଳିତ କରିଥିଲେ ବିଭାଗୀୟ ମୁଖ୍ୟା ରଶ୍ମିପ୍ରଭା ମଥାନ। ‘ଜାତି ଗଠନରେ ମାତୃଭାଷାର ଭୂମିକା’ ଶୀର୍ଷକ ଏହି ଆଲୋଚନାଚକ୍ରର ବିଶିଷ୍ଟ ଆଲୋଚିକା ଡଃ କିଶୋରୀ ଦାଶ ଓଡ଼ିଆ ଭାଷା-ସାହିତ୍ୟର ଗୌରବମୟ ଇତିହାସ ଓ ସ୍ପର୍ଦ୍ଧିତ ବର୍ତ୍ତମାନର ରୂପଚିତ୍ରକୁ ସାମ୍ନାରେ ରଖିବା ସହ ଓଡିଆ ଭାଷାର ବିକାଶ ଓ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀମାନେ ପ୍ରତିଶ୍ରୁତିବଦ୍ଧ ରହିବା ଉଚିତ ବୋଲି ଗୁରୁତ୍ବାରୋପ କରିଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବନବିହାରୀ କିଷାନ ଏବଂ ରଶ୍ମି ପ୍ରଭା ମଥାନ ଛାତ୍ର-ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶେଷରେ ଛାତ୍ରୀ ସୁଶ୍ରୀରେଖା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ପର୍ବ,’ସାଂସ୍କୃତିକ ପର୍ବରେ ସଫଳ ସଂଯୋଜନା କରିଥିଲେ ପ୍ରକାଶ ମାଝି ଓ ଐଶ୍ୱର୍ଯ୍ୟା ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶ ମେହେର। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ରୂପେଶ ଗୋପ, ବିକାଶ ମାହାତୋ, ଅନୁ ଧନୱାର, ଅର୍ଚ୍ଚନା ମହାପାତ୍ର, ଅଙ୍କିତା ଶରଣ, ସଂଘମିତ୍ରା ପାତ୍ର, କ୍ରାନ୍ତି ଓରାମ, ସଂଧ୍ୟା ରାଣୀ ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା, ମଧୁସ୍ମିତା ନାୟକ, ଦେବସ୍ମିତା ସ୍ବାଇଁ, ଲିପ୍ସା ବଳିଆରସିଂହ, ଗୋପାଳକୃଷ୍ଣ ଦାଶ, ଅଭିଷେକ ପରିଡ଼ା, ସୌମ୍ୟରଞ୍ଜନ ମହାନ୍ତି, ସୁପ୍ରିୟା ପାଣିଗ୍ରାହୀ, ହିମାଂଶୁ ନାୟକ, ଛବିଳ ସେଠୀ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଚାରି ବର୍ଷର ବହୁ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ଚାରି ଛକ ନିକଟରେ ବାଇକକୁ ଘୋଷାଡି ନେଲା ଟ୍ରକ୍, ଜଣେ ଗୁରୁତର

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ

masiha

Leave a Comment

error: Content is protected !!