ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ବାମେବାରୀ ତା ୦୨/୧୦/୨୩ // କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ଦବୁନା କ୍ୟାମ୍ପ ଠାରେ ଥିବା ଇନ୍ଦିରାସ୍ମୃତି ବିଦ୍ୟାପୀଠ ଏମ୍ ଇ ସ୍କୁଲ୍ ଓ ଦବୁନା କ୍ୟାମ୍ପ ର ପ୍ରାଥମିକ ବିଦ୍ୟାଳୟ ରେ ଓ ଏମ୍ ସି ଖଣି କମ୍ପାନୀ ର ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଓ ଏମ୍ ସି ର ଡି ଜି ଏମ୍ ଶ୍ରୀଯୁକ୍ତ ଜ୍ଞାନ ପ୍ରକାଶ ମହାପାତ୍ର ମୁଖ୍ୟ ଅତିଥି ଙ୍କ ସହିତ ଫାର୍ମାସିଷ୍ଟ ହାତିରାମ ମାହାଲି ଓ ଏମ୍ ସି ର ଅନ୍ୟ କର୍ମକର୍ତ୍ତା ବୃନ୍ଦ ସମୀର ରଞ୍ଜନ ବିଶ୍ବାଳ, ଅଶୋକ ପରିଡ଼ା ଓ ଓ ଏମ୍ ସି ସୁରକ୍ଷା କର୍ମୀ ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ନାରଣ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ ଅଭିଭାଷଣ ରଖିଥିଲେ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ନାୟକ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ସାହାୟା ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଉଗ୍ରସେନ ଆପଟ୍ଟ ଓ ସମ୍ପାଦକ ଶ୍ରୀକାନ୍ତ ବାରିକ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜିବ ରଞ୍ଜନ ବଳ ସ୍ବଚ୍ଛତା ହିଁ ସେବା ଉପରେ ଶପଥ ପାଠ କରାଇଥିଲେ,ଓ ଏମ୍ ସି ର ଏହିପରି ସୁନ୍ଦର ଆଞ୍ଚଳିକ ପ୍ରୟାସ କୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ ଓ ସର୍ବ ଶେଷ ରେ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

Sunil Chandra Nayak

ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ଏହି କାମ ନିମ୍ନ ମାନର ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା

masiha

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

Leave a Comment

error: Content is protected !!