ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

ବନ୍ଧୁଗାଁ ତା ୪/୧୦/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗଜାବାଡି ଗ୍ରାମରେ ମାଟି କାନ୍ଥରେ ନିର୍ମିତ ଘରର କାନ୍ଥ ଭାଙ୍ଗି ଘର ଦବି ଯାଇଥିବା ଦେଖିବାକୁ ମିଳିଛି। ଗାଁକୁ ଲାଗି ରହିଥିବା ଘର ବର୍ଷା ଅଭାବ ସତ୍ତ୍ଵେ ସାମାନ୍ୟ ବର୍ଷା ଆଜକୁ ଦୁଇ ଦିନ ଧରି ଲାଗି ରହିଥିବା ଯୋଗୁଁ ମାଟିରେ ନିର୍ମିତ ଧବୁଲୁ ହିମିରିକାଙ୍କ ଘର ତଳରୁ ବତରି ଯାଇଥିଲା। ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ପରିବାର ୪ ଜଣ ସଦସ୍ୟ ଖାଦ୍ୟ ଖାଇବାକୁ ଭିତରେ ବସି ଥିଲେ। ଠିକ ଏହି ସମୟରେ ଘରର ମାଟି କାନ୍ଥ ଅଳ୍ପ ଭାଙ୍ଗି ଘରଟି ତଳକୁ ଖସେଇ ପଶି ଆସିଥିଲା। ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ପାରିବାର ୪ ଜଣ। ଗରିବ ପରିବାର ବହୁ କଷ୍ଟରେ ନିଜର ମୁଣ୍ଡ ଗୁଞ୍ଜିବାକୁ ମାଟିରେ ନିର୍ମିତ କରିଥିଲେ ଘର ଖଣ୍ଡିକ। ଆଉ ପୁଣି ଆଜି ସେହି ଘର ଟି ଭାଙ୍ଗି ଯାଇଛି। ସରକାରଙ୍କୁ ଏହି ପ୍ରକାର ଅବସ୍ଥା ମଧ୍ୟରେ ଥିବା ଗରିବ ଆଦିବାସୀ ପରିବାର ଙ୍କୁ ଘର ଖଣ୍ଡିକ ନ ମିଳିବା ଚିନ୍ତାର କାରଣ ହୋଇଛି। ଜୀବନ ସିନା ବଞ୍ଚିଲା କିନ୍ତୁ ବର୍ତ୍ତମାନ ମୁଣ୍ଡ ଗୁଞ୍ଜିବେ କେଉଁ ଠାରେ। ସରକାର ଏହି ପ୍ରକାର ଗରିବ ଆଦିବାସୀ ପରିବାର ଙ୍କୁ ଘର ଖଣ୍ଡିକ ଯୋଗାଇବା ପାଇଁ ପରିବାର ତରଫରୁ ଗୁହାରି କରିବା ସହିତ ସାଧାରଣ ଜନସାଧାରଣ ଉକ୍ତ ବ୍ୟକ୍ତିଙ୍କୁ ଘର ଖଣ୍ଡିକ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ; ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

Leave a Comment

error: Content is protected !!