ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୨ ଦିନରେ 

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୨ ଦିନରେ 

କ୍ରିୟାନୁଷ୍ଠାନ କମିଟିର ପ୍ରତୀକାତ୍ମକ ଗଣଧାରଣା ଜାରୀ

  ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୪୨ ତମ ଦିବସରେ ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣାରେ ସାମିଲ ହୋଇ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ କରିଥିଲେ। ଗତ ଅକ୍ଟୋବର ୪ ତାରିଖ ଦିନ ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନଙ୍କୁ ପ୍ରଶାସନ ଆଲୋଚନା ପାଇଁ ଡାକରା ଦେଇଥିଲେ।  

ଆଲୋଚନା ସାକାରାତ୍ମକ ହୋଇଥଲା। ଜିଲ୍ଲା ଦାବୀ ମାନ୍ୟତା ନେଇ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତି ପୂର୍ଣ୍ଣ ପ୍ରତୀକାତ୍ମକ ଗଣ ଧାରଣା ଜାରୀ ରହିବ ବୋଲି ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀ କହିଛନ୍ତି।

 ଏହି କ୍ରମରେ ଆଜି କ୍ରିୟାନୁଷ୍ଠାନ କମିଟି ର ବରିଷ୍ଠ ସଦସ୍ୟ ଡମ୍ବରୁଧର ଲହଜଲଙ୍କ ନେତୃତ୍ବ ରେ ପୁର୍ବତନ ସରପଞ୍ଚ ଧନୁ ଗୋପାଳ, କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଆଇନଜୀବି ପ୍ରେମଲାଲ ସାଗର, ଡାକେ ଲହଜଲ, ଅରକ୍ଷିତ ଭଏଁସାଲ ଅଜୟ ପୁଝାରୀ,ଦୟାନିଧି ମାଝୀ, ଗୁପ୍ତେଶ୍ୱର ସୁନାନୀ, ପ୍ରମୋଦ କୁମାର ସୁନାନୀ, ଗଣେଶ ଶବର, ପ୍ରଶାନ୍ତ ନାଏକ, ବିଷ୍ଣୁ ଗୋପାଳ, ଗୋବିନ୍ଦ ଜାଲ ପ୍ରମୁଖ ଗଣ ଧାରଣାରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ କରିଥିଲେ 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

Sunil Chandra Nayak

ଓୟୁଜେ ତରଫରୁ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ , ସାମ୍ବାଦିକ ଙ୍କ ନାମରେ ହୋଇଥିବା ମିଥ୍ୟାମାମଲା ପ୍ରତ୍ୟାହାର ଦାବି

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!