ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବନ୍ଧୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ଆଣିଲେ ମିସ୍ତ୍ରୀ ଓ ଠିକାଦାର 

ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବନ୍ଧୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ଆଣିଲେ ମିସ୍ତ୍ରୀ ଓ ଠିକାଦାର 

ବନ୍ଧୁଗାଁ ତା : ୦୭/୧୦ /୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ସଦର ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ସକାଶେ ୨୦୧୮ ମସିହାରେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଯୋଗାଇ ଦେଇ ସ୍କୁଲର ମରାମତି ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ବ୍ୟକ୍ତି ଦେବରା ମିନାଙ୍କୁ ଠିକାଦାର ଭାବେ ନିଯୁକ୍ତି ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୨୧ ମସିହାରେ ଉକ୍ତ କାମ ସମାପ୍ତ ହୋଇଥିବା ବେଳେ କାର୍ଯ୍ୟର ବିଲ କରାଯାଇ ବ୍ଲକ ତରଫରୁ ଏକଲକ୍ଷ ୩୫ ହଜାର ୫୦୦ ଟଙ୍କା ପ୍ରଥମ କିସ୍ତି ଭାବେ ଚେକ ଆକାରରେ ୨୦୨୧ ଏପ୍ରିଲ ୧୯ ତାରିଖ ଦିନ ଦେବରା ମିନାଙ୍କ ବ୍ୟାଙ୍କ ଖାତାକୁ ଦିଆ ଯାଇଥିଲା। ତତ୍କାଳୀନ ବନ୍ଧୁଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ କରକରା ଏହି କାମ ପାଇଁ ଲକ୍ଷେ ୩୫ ହଜାର ୫୦୦ ଟଙ୍କା ଚେକରେ ଦର୍ଶାଇ ଥିଲେ ମଧ୍ୟ ଠିକାଦାରଙ୍କୁ ଲକ୍ଷେ ଟଙ୍କା ଦେଇ ଫାଇନାଲ ବିଲ ଦବାବେଳେ ବଳକା ଟଙ୍କା ପ୍ରଦାନ କରାଯିବ ବୋଲି ବିଶ୍ୱାସ ଜମାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ କରାଯାଇ ଥିଲା କିନ୍ତୁ ସେହି ଟଙ୍କା ଠିକାଦାର ଶ୍ରୀ ମିନା ପାଇନଥିବା ବେଳେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ କରକରା ହଡ଼ପ କରିନେଇଥିବା କହିଛନ୍ତି । ଏହି କାମ ପାଇଁ ସେ ଲେବର କିମ୍ୱା ଘର ସାମଗ୍ରୀ କିଣିଥିବା ଦୋକାନୀ ମାନଙ୍କୁ ଟଙ୍କା ଦେଇ ପାରିନଥିବାରୁ ବହୁତ ମାନସିକ ଚାପରେ ଥିବା କହିଛନ୍ତି । ଏନେଇ ସେ ବିଗତ ଦିନରେ ବନ୍ଧୁଗାଁ ବ୍ଲକରେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପିଓ କରକରାଙ୍କ ନାମରେ ଅଭିଯୋଗ କରିବାରୁ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଆଜି ଜିଲ୍ଲା ପଞ୍ଚାୟତ ଅଧିକାରୀ ଯୁଗଳ କିସର ନାୟକଙ୍କ ନିର୍ଦେଶ ପାଇ ଠିକାଦାର ମିନା ଓ କାର୍ଯ୍ୟରେ ନିୟୋଜିତ ହୋଇଥିବା ମିସ୍ତ୍ରୀ ଓ ମଜୁରିଆ ମାନେ ଉପସ୍ଥିତ ହୋଇ ସେମାନଙ୍କ ପକ୍ଷ ରଖିଥିଲେ। ଠିକାଦାର ମିନା ଉକ୍ତ କାମ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ପାଇବାକୁ ଥିବା ଅଧିକାରୀଙ୍କୁ ଜଣାଇବା ସହ ଉକ୍ତ ଟଙ୍କା ପ୍ରଦାନ କଲେ ସେ ଲୋକଙ୍କ ଋଣ ପରିଶୋଧ କରିବେ ବୋଲି ଜଣାଇଛନ୍ତି। ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ଏହାର ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ ତଥ୍ୟ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖାଦ୍ୟ ସୁରକ୍ଷା ରେ ଚାଉଳ ଯୋଗାଣ ନେଇ ଅଭିଯୋଗ ଅନେକ : ଅଭିଯୋଗ ଭିତିରି ବୁଝାମଣା ରେ ଚାଲିଛି ସବୁକିଛି 

Sunil Chandra Nayak

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

ଧର୍ମପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!