ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦଭାବନା ବୈଠକ ଅନୁଷ୍ଠିତ

ସଦଭାବନା ବୈଠକ ଅନୁଷ୍ଠିତ

 ତେନ୍ତୁଳିଖୁଣ୍ଟି // ୦୮/୧୦/୨୩ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ସର୍ବସମାଜ ସଦ ଭାବନା ବୈଠକ ଆଜି ପୂଜାରିଗୁଡା ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ରେ ବ୍ଲକ ର ବିଭିନ୍ନ ଗ୍ରାମରୁ ବ୍ରାହ୍ମଣ ସମାଜ , ପରଜା ସମାଜ ,କନ୍ଧ ସମାଜ ,କଳିଙ୍ଗ ବୈଶ୍ୟ ସମାଜ ,ମାଳି ସମାଜ ,କ୍ଷତ୍ରିୟ ସମାଜ ଧାକଡ଼ ସମାଜ ବଙ୍କା ସମାଜ ,ଡମ୍ବ ସମାଜ , କରଣପାଇକ ସମାଜ,କୁମ୍ଭାର ସମାଜ ,ଗୌଡ଼ ସମାଜ ,ଭତ୍ରା ସମାଜ କା ମ୍ପସମାଜ ଶୁଣ୍ଢି ସମା ଜ ,ଅମନାତ୍ୟ ସମାଜ ଆଦି ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ସର୍ବ ସମାଜ ବୈଠକ ପ୍ରଦୀପ ପ୍ରଜ୍ଵଳନ ଓ ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ସହ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ଥବୀର ବିଶୋଇ ,ମୁଖ୍ୟ ବକ୍ତା ଭାବେ ବିଶ୍ଵମୋହନ ତ୍ରିପାଠୀ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ର ଜିଲ୍ଲା ସହ ସଂଯୋଜକ ହରେକୃଷ୍ନ ବିଶୋଇ ପରିଚାଳନା କରିଥିଲେ। ବୈଠକ ର ଉଦ୍ଦେଶ୍ୟ ସମସ୍ତ ସମାଜ ନିଜ ନିଜ ଜାତି ର ପରମ୍ପରା ଯାହା ବି ହେଉ ନା କାହିଁକି ସେମାନେ ସଭିଏଁ ନିଜକୁ ହିନ୍ଦୁତ୍ୱ ବିଚାରଧାରା ଓ ସନାତନ ସଂସ୍କୃତି ସହ ଜଡିତ ହୋଇ ରହିବା ଆବଶ୍ୟକ। ବୈଠକରେ ସବୁ ସମାଜ ର ଜଣେ ଜଣେ ନିଜ ଜାତି ର ଚାଲି ଚଳଣି ପରମ୍ପରା ସଂସ୍କୃତି ସମ୍ପର୍କରେ କହିଥିଲେ। ହିନ୍ଦୁ ଧର୍ମ ର ଏକତା କିପରି ବଜାୟ ରହି ପାରିବ ସେହି ସମର୍କରେ ଆଲୋଚନା ହୋଇଥିଲା। ଏହିଭଳି ବୈଠକ ପ୍ରତି ଚାରି ମାସରେ ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବଂଶୀଧର ବିଶୋଇ ,ପିତାମ୍ବର ବିଶୋଇ ,ଧନୁର୍ଜୟ ନାଏକ , ଗୋକୁଳ ପଟ୍ଟନାୟକ ,ହରିହର ମିଶ୍ର ,ତପନ ସିଂ ତୁଳା ରାମ ମାଝୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ବାଲ୍ୟ ବିବାହ ବନ୍ଦ କରିବା ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମ ମଦ ମୁକ୍ତି କରାଯାଇଥିବା ବିବାହ ଯୌତୁକ ମୁକ୍ତ , ଉଦୁଲୁଆ ବିବାହ ବନ୍ଦ କରିଥିବା ବିଭିନ୍ନ ସମାଜ ତରଫରୁ ନିଜ ବକ୍ତବ୍ୟରେ କହିଥିଲେ। ଭାରତ ରେ ଯେତେ ଜାତିଥିଲେ ବି ଦେବଭୂମି ଭାରତ ରେ ସଭିଏଁ ନିଜକୁ ହିନ୍ଦୁ ବୋଲି ଗର୍ବ କରିବାକୁ ଆହ୍ୱାନ ଦିଆ ଯାଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପିକ୍ ଅପ୍ ଓ ବାଇକ୍ ଧକ୍କାରେ ୩ମ୍ରୁତ

Sunil Chandra Nayak

ଜଗଦମ୍ବା ଟେକ୍ସଟାଇଲ ଉଦ୍ଘାଟିତ

masiha

କଳାହାଣ୍ଡି କରଣ ସମାଜ ମହିଳା ଶାଖା ତରଫରୁ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!