ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

 ମୟୂରଭଞ୍ଜ- ୮/୧୦ ( ମସିହା)ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵହଳଦା ବ୍ଳକର ଯଶିପୁର ପଞ୍ଚାୟତର ଯଶିପୁର ଗ୍ରାମରେ ଆଜି ରବିବାର ଦିନ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବିଜେଡି ବ୍ଳକ ସଭାପତି ହରେକୃଷ୍ଣ ମଣ୍ଡଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ପଙ୍କଜ ରାଉତ( ଲୁଲୁ),ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ଯୁବ ସଭାପତି ରାହୁଲ ଯାଦବ,, ଵହଳଦା ବ୍ଳକ ୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର,୨୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ବ୍ଲକ ଯୁବ ବିଜେଡ଼ିର ସଭାପତି ପ୍ରବୀର ଦାସ,ବ୍ଳକ ବିଜେଡି ମହିଳା ନେତ୍ରୀ ରୁବି ମହାକୁଡ଼, ଜିଲ୍ଲା ବିଜେଡ଼ି ସଂପାଦକ ଲାଲ ମୋହନ ବାରିକ,ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି ବାବୁଲା ପାତ୍ର,ବିକାଶ ବେହେରା,ଶିବ ସାହୁ,ଗୋପାଳ ସିଂ, ମନୋଜ ବେଶ୍ରା,ସୁବାସ ଵେଶ୍ରା,କମଳା ମିଶ୍ର,ବିକ୍ରମ ହାଁସଦା,ସୁଧାଂଶୁ ବେହେରା,ସୁକୁମଶି ମାରାଣ୍ଡି ଙ୍କ ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦଇଵ୍ଯଆଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ 

masiha

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

masiha

Leave a Comment

error: Content is protected !!