ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

କାମାକ୍ଷାନଗର (ମନିସ )8/10/23 // ଗରିବ ଅସହାୟ ମାନଙ୍କ ପାଇଁ ସମସ୍ତ ପ୍ରକାର ଯୋଜନା କରୁଥିଲେ ମଧ୍ୟ ବହୁତ ସମୟରେ ଯୋଜନାରୁ ବଞ୍ଚିତ ରହୁଛନ୍ତି ଯୋଗ୍ୟ ହିତାଧିକାରୀ। ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଜରଡ଼ା ଗ୍ରାମର ବୁଦୁନୀ ପଧାନ, ଝିଅ ସୁକାନ୍ତି ପଧାନ ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟ ର ହେଇଥିଲେ ମଧ୍ୟ ସ୍ୱାମୀ ଙ୍କ ମୃତ୍ୟୁ ବରଣ ହେବାର ଦୀର୍ଘ ୫ବର୍ଷ ପରେ ମଧ୍ୟ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ରୁ ବଞ୍ଚିତ ହୋଇ ଆସୁଥିଲେ। ଯୁବ ସମାଜସେବୀ ରଂଜିତ କୁମାର ସାହୁ,ସିପୁନ କୁମାର ଦାସ, ମହିଳା ସମାଜସେବୀ ପୂଜାରାଣୀ ରାଉତ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଏ ସଂକ୍ରାନ୍ତ ରେ ଖବର ପ୍ରସାରଣ ହେବା ପରେ ଢେଙ୍କାନାଳ ଜ଼ିଲ୍ଲାପାଳ ସରୋଜ କୁମାର ସେଠି ଘଟଣା କୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଵା ସହ ବାର୍ଦ୍ଧକ୍ୟ ଭତ୍ତା ଏବଂ ଝିଅ ସୁକାନ୍ତି ପଧାନ ଙ୍କୁ ବିଧବା ଭତ୍ତା ରେ ଯଥାଶୀଘ୍ର ସାମିଲ କରିବେ ବୋଲି ଜ଼ିଲ୍ଲାପାଳ କହିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

masiha

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

Sunil Chandra Nayak

ମିଳିତ ଶିକ୍ଷକ ସଂଘ ର ଖଡ଼ିଆଳ ବିଇଓ ଅଫିସ ଘେରାଓ

Sunil Chandra Nayak

Leave a Comment

error: Content is protected !!