ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଲିପା କର୍ମଚାରୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ

ଛିଲିପା କର୍ମଚାରୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ

ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଉଥିଲା । ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମଥୁରାମ ସା ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଛିଲିପା କର୍ମଚାରୀ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଗଜାନନ ସା ଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଚୟନ କରାଯାଇଥିବା ବେଳେ ଆଶିଷ ପ୍ରଧାନୀ ସଂପାଦକ, ପ୍ରକାଶ ପଟ୍ଟଯୋଷୀ ଉପ ସଭାପତି, ବିପିନ ବିହାରୀ ମାଝୀ ସହ ସଂପାଦକ, ସରୋଜ କୁମାର ପଟ୍ଟଯୋଷୀ କୋଷାଧ୍ୟକ୍ଷ ଓ ନିରଞ୍ଜନ ପୂଝାରୀ ଙ୍କୁ ମିଡିଆ କୋର୍ଡିନେଟର ଭାବେ ମନୋନୀତ କରାଯାଇଥିଲା। ପରିବେଶ ସୁରକ୍ଷା,ଅଞ୍ଚଳରେ ଶିକ୍ଷାର ଉନ୍ନତି, ସ୍ଵାସ୍ଥ୍ୟ ସମସ୍ୟାର ନିରାକରଣ ଓ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ବୃତ୍ତି ପ୍ରଦାନ ଦିଗରେ ସଙ୍ଘ କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ଗଜାନନ ସା ପ୍ରକାଶ କରିଥିଲେ। ସର୍ବଶ୍ରୀ ଗଗନ ବିହାରୀ ସା,ତାପସ ରଂଜନ ପ୍ରଧାନୀ,ସୁଧାଂଶୁ ସା,ଉମାକାନ୍ତ ପଟେଲ,ଦିଲ୍ଲୀପ ପଣ୍ଡା, ବୈବସୂତ ବାଗ,ଗୋଲକ ପ୍ରଧାନୀ,ସୁମନ୍ତ ପ୍ରଧାନୀ,କ୍ଷିରୀରାମ ସା,ନରୋତ୍ତମ ସା,ଆଶ୍ୱିନ ସା,କେଶରୀ ପ୍ରାଧାନୀ,ଇନ୍ଦ୍ରମଣି ସେଠୀ,ବିକ୍ରମ ସେଠୀ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଖଡ଼ିଆଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧0୮ତମ ଜନ୍ମ ଜୟନ୍ତୀ ପାଳିତ

masiha

ରାଇରଙ୍ଗପୁର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!