ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସଚେତନତା କାର୍ଯ୍ୟକ୍ରମ

ସାଇବର ସଚେତନତା କାର୍ଯ୍ୟକ୍ରମ

ନୂଆପଡା,//  ନୂଆପଡା ଜିଲ୍ଲା ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଖଡ଼ିଆଳ ଏସ୍ଡିପିଓ ଅରୁପ ଅଭିଷେକ ବେହେରାଙ୍କୁ ସଭାପିତ୍ୱରରେ ଥାନା ସଂମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି । ସାଇବର ସେଫଟି ସୁରକ୍ଷା ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲୁ ରହିବ । ଖଡ଼ିଆଳ ପୋଲିସ ଓ ବ୍ୟାଙ୍କର ମିଳିତ ଭାବରେ ସାଇବର ଠକେଇରୁ ମୁକ୍ତି ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ, ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ଇଭିନିଙ୍ଗ ବ୍ରାଞ୍ଚ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଚନ୍ଦନ ମିଶ୍ର, ଖଡ଼ିଆଳ ବିଡିଓ ବିରସେନ ବେହେରା,ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ଭୁବନେଶ୍ୱର କ୍ରାଇମ ସଂଯୋଜକ ସୁବ୍ରତ ବେହେରା ସାଇବର ଅପରାଧ ବିଷୟରେ ବୁଝାଇ ଥିଲେ । ଏ ଏସ ଆଇ ଦେବାର୍ଚ୍ଚନ ମାଝୀ ମଞ୍ଚ ପରିଚଳନା କରିଥିଲେ । ବହୁ ସଂଖ୍ୟାରେ ସହରର ବୁଦ୍ଧିଜୀବୀ ଯୋଗ ଦେଇଥିଲେ ସାଇବର ଠକେଇ ବିଷୟରେ ଅବଗତ ହୋଇଥିଲେ । ବର୍ତ୍ତମାନ ସାଇବର ଠକେଇ ବହୁଳ ପରିମାଣରେ ହେଉଥିବାରୁ କୌଣସି ବ୍ୟକ୍ତି ନିଜ ଆକାଉଣ୍ଟ ନମ୍ବର, ଓଟିପି ନଦେବାକୁ ସଚେତନ କରାଯାଇଥିଲା । ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ ମହିଳା ବିଦ୍ୟାଳୟର ଛାତ୍ରୀ ମାନେ ଓ ଧର୍ମେଶ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । ସୂଚନା ଥାଉକି ସାଇବର ଠକେଇ ସଚେତନତା ଉପରେ ଖଡ଼ିଆଳ । ଏହି କାର୍ଯ୍ୟକ୍ରମ କୁ ଖଡ଼ିଆଳ ପୁଲିସ ବିଭାଗର ପକ୍ଷରୁ ସମସ୍ତ ସହାୟତା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବର୍ଷା ମାସ ପହଁଞ୍ଚିଲାଣି ସୋଫା ହୋଇପାରୁନି ପୂର୍ତ୍ତ ବିଭାଗ ନାଳର ଆବର୍ଜନା 

masiha

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

masiha

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

Sunil Chandra Nayak

Leave a Comment

error: Content is protected !!