ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

 ମୟୂରଭଞ୍ଜ – ୮/୧୦ ( ମସିହା) ଆଜି ସକାଳ ସମୟରେ ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତ ଝାଉଁରିସାହି ଗ୍ରାମର ଜୈନ୍ୟକ ବ୍ୟକ୍ତିଙ୍କ ଘର ପଛପାଖ ବାଡ଼ିରୁ ଏକ ୮ ଫୁଟ୍ ଲମ୍ବ ୧୨ କିଲୋ ଓଜନର ଏକ ବିଶାଳ ଅଜଗର ମଣଦା ରେଞ୍ଜ ଅଧିନସ୍ଥ ବିଶୋଇ ସେକ୍ସନ ର ବନବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହୋଇଛି। ସୂଚନା ମୁତାବକ ଆଜି ସକାଳ ସମୟରେ ଘର ଲୋକେ ଘର ପଛପାଖ ବାଡ଼ି ବଗିଚାରୁ ଏକ ବିରାଟ ଅଜଗର ସାପ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଦେଖି ଡରି ଭୟଭୀତ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ ।, ଖବର ପାଇ ମଣଦା ରେଞ୍ଜ ବିଶୋଇ ସେକ୍ସନ ର ବନପାଳ କୁମଲେନ୍ଦୁ ପ୍ରସାଦ ମହାନ୍ତ, ଫୋରେଷ୍ଟ ଗାର୍ଡ ସୁରାଇ ଟୁଡୁ,ସୁରାଇ କିସ୍କୁ ,ଓ ମୁନା ନାଏକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଶିମିଳିପାଳ ସଂରକ୍ଷଣ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ମସିହା ନିଉଜ

Related posts

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

Sunil Chandra Nayak

କୋଟିପତି ଯନ୍ତ୍ରୀଙ୍କ ପିଛା ଛାଡୁନି ଅଭିଯୋଗ , ଶୁଖୁଲା ଟାଙ୍କିରେ ରଙ୍ଗମାରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Sunil Chandra Nayak

ତାଲଡ଼ିହି ଗ୍ରାମରେ ଆଦିବାସୀ ଗ୍ରାମ କମିଟିର ସଚେତନତା ସଭା ଅନୁଷ୍ଠିତ

Leave a Comment

error: Content is protected !!