ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

 ବାଲେଶ୍ଵର,୦୯/୧୦/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକସରକାରୀ ଅବସରପ୍ରାପ୍ତ କର୍ମରଚାରୀ ସଂଘର ଏକ ବୈଠକ ଖଇରା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଖଇରା ବ୍ଲକ ଅବସରପ୍ରାପ୍ତ କର୍ମରଚାରୀ ସଂଘର ସ୍ଥାୟୀ ସଭାପତି ମହେନ୍ଦ୍ର ପ୍ରସାଦ କବିଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମରଚାରୀ ମହାସଂଘ ଆହ୍ବାନ କ୍ରମେ ଆସନ୍ତା ୧୧ ଅକ୍ଟୋବରରେ ରାଜଧାନୀ ଗାନ୍ଧୀମାର୍ଗ ସ୍ଥିତ ପିଏମଜି ଛକରେ ସମଗ୍ର ଓଡ଼ିଶାର ସବୁ ଜିଲ୍ଲାରେ ଥିବା ପଞ୍ଚାୟତରୁ ବ୍ଲକ ଓ ଜିଲ୍ଲାସ୍ତର ଶତାଧିକ ଶାଖା ସଂଘର ରାଜ୍ୟ ପେନସନ ମାନେ ହଜାର ହଜାର ସଂଖ୍ୟାରେ ପୂର୍ବାହ୍ନ ୧୦ଟାରେ ମାଷ୍ଟର କ୍ଯାଣ୍ଟିନ ଛକରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ପି ଏମଜି ଛକରେ ଏକ ମହାସମାବେଶରେ ସମ୍ମିଳିତ ହୋଇ ମହାସଂଘର ଦୀର୍ଘଦିନର ଅମିମାଂସିତ ୯ ଦଫା ଦାବି ପୂରଣ ପାଇଁ ସ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି । ପିଏମଜି ଛକର ମହାସମାବେଶରୁ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ଦପ୍ତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ । ଏହି ଐତିହାସିକ ସମାବେଶରେ ଯୋଗ ଦେବା ପାଇଁ ରାଜ୍ୟର ସମସ୍ତ ସାଢେ଼ ୩ ଲକ୍ଷ ପେନସନରଙ୍କୁ ମହାସଂଘ ତରଫରୁ ଆହ୍ଵାନ କରାଯାଇଛି । ଏଣୁ ଏହି ବୈଠକରେ ଖଇରା ବ୍ଲକର ୨୦ ଜଣ ଅବସରପ୍ରାପ୍ତ କର୍ମରଚାରୀ ଭୁବନେଶ୍ୱରରେ ଯୋଗ ଦେବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଛି । ଏଥିରେ ଅବସରପ୍ରାପ୍ତ କର୍ମରଚାରୀ ସଂଘର ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପାତ୍ର, ମୁକ୍ତିକାନ୍ତ ଶତପଥୀ, ଉମେଶ ଚନ୍ଦ୍ର ନାୟକ, ପଦ୍ମଲୋଚନ ଦାସ, ସମ୍ପାଦକ ଅରୁଣ କୁମାର ସ୍ବାଇଁ, ଯୁଗ୍ମ ସମ୍ପାଦକ ନାରାୟଣ ପ୍ରସାଦ ପେଡା, ଉପସଭାପତି କମଳଲୋଚନ ଜେନା, କୋଷାଧ୍ୟକ୍ଷ ପଦ୍ମନାଭ ପଣ୍ଡା ଓ ବୁଦ୍ଧିରାମ ପାଣିଗ୍ରାହୀ ମହାସମାବେଶ ସଂପର୍କରେ ମତପ୍ରକାଶ କରିଥିଲେ । ଖଇରା ବ୍ଲକର ଅବସରପ୍ରାପ୍ତ କର୍ମରଚାରୀ ସଂଘର ବାର୍ଷିକ ସମ୍ମିଳନୀ ଆସନ୍ତା ନଭେମ୍ବର ମାସରେ କରାଯିବା ପାଇଁ ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା ଏବଂ ନୂତନ ଭାବେ ସଂଘର ଯୋଗ ଦାନ କରିଥିବା ସଭ୍ୟ ମାନଙ୍କୁ ସ୍ବାଗତ କରାଯାଇଥିଲା । ସର୍ବ ଶେଷରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

Sunil Chandra Nayak

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

masiha

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ.

masiha

Leave a Comment

error: Content is protected !!