ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରଟିଏ ପାଇଁ ବିଧବା ଘସିନି ସିଂଙ୍କ ଜିଲ୍ଲାପାଳଙ୍କ ଠାରେ ଗୁହାରି ଦାବିପତ୍ର 

ଘରଟିଏ ପାଇଁ ବିଧବା ଘସିନି ସିଂଙ୍କ ଜିଲ୍ଲାପାଳଙ୍କ ଠାରେ ଗୁହାରି ଦାବିପତ୍ର 

  ମୟୂରଭଞ୍ଜ – ୮/୧୦ ( ମସିହା)କାଗଜ କଲମ ରେ ମାଳ ମାଳ ଯୋଜନା l ଆଦିବାସୀ, ବୃଦ୍ଧ, ବୃଦ୍ଧା, ବିଧବା ତଥା ଅସହାୟ ପାଇଁ କେତେ କଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ୱ ବି ଖର୍ଚ୍ଚ କରୁଛନ୍ତି ତେବେ ତାର ପ୍ରକୃତ ରୂପ ଯେ କେହି ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ l ମୟୁରଭଞ୍ଜ ଜିଲ୍ଲାର ଗୋରୁମାହିଷlଣି ଥାନା ଅନ୍ତଗତ ହlତିଆ ପଂଚାୟତ ହାତିଆ ଗ୍ରାମର ବିଧବା ଵୃଦ୍ଧା ଘସିନୀ ସିଂ (୫୮)ଙ୍କୁ ଭଗବାନ ଓ ପ୍ରଶାସନ ସାହା ହେଉ ନାହାନ୍ତି ।ଗତ ଲଗାଣ ବର୍ଷା ରେ ଘର ଟି ଭାଙ୍ଗି ଯାଇଛି l ସ୍ୱାମୀ ର ମୃତ୍ୟୁ 2 ମାସ ପରେ ବି ହରିଚନ୍ଦ୍ର ସହାୟତା, ବିଧବା ଭତ୍ତା ମିଳିନାହିଁ l ପୋଲିଥିନ ତଳେ ଜୀବନ ବିତାଉଛନ୍ତି ।ଘରେ ଟିକେ ଆଶ୍ରୟ ପାଇଁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଆମନଘଆଟଈ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀରେ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଗୁହାରି କରିଥିଲେ ।ଦେଖାଯାଉ ପ୍ରଶାସନରକେଵେ ବିଚରା ଅସହାୟ ଘସିନିଂ ସିଂକୁ ପ୍ରସନ୍ନ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମଂଜୁର କରିବେ ।ତଦସହ ସ୍ବାମୀ ମୃତ୍ୟୁର ୨ ମାସ ଵିତିଲାଣି ହେଲେ ଏ ଯାଏଁ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଓ ବିଧବା ଭତ୍ତା ମିଳି ନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

The 5th installation ceremony of Intract club of SSVM

Sunil Chandra Nayak

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

Sunil Chandra Nayak

ଜମି ପଟ୍ଟାରୁ ଜମି ଗାଏବ, ୪୫ ଡିସିମିଲ ରୁ ହେଇଗଲା ୫

masiha

Leave a Comment

error: Content is protected !!