ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଗ୍ୟ ହୋଇଥିବା ତେନ୍ତୁଳିଖୁଣ୍ଟି ସରପଞ୍ଚ  ପୁଣି ଆଜି ନେଲେ ଦାଇତ୍ଵ  ବିଜୟ ଉତ୍ସବ ପାଳିଲେ କର୍ମୀ

ଅଯୋଗ୍ୟ ହୋଇଥିବା ତେନ୍ତୁଳିଖୁଣ୍ଟି ସରପଞ୍ଚ  ପୁଣି ଆଜି ନେଲେ ଦାଇତ୍ଵ  ବିଜୟ ଉତ୍ସବ ପାଳିଲେ କର୍ମୀ

 ତେନ୍ତୁଳିଖୁଣ୍ଟି ୦୯/୧୦/୨୩ // ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର  ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା  ନାୟକ  ଲେଖି ପଢି ଜାଣି ନଥିବା  ଅଭିଯୋଗ  ରେ ଅଯୋଗ୍ୟ ଘୋଷଣା କରିଥିଲେ। କିନ୍ତୁ ଟଭା ନାୟକ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇ ଥିଲେ ଡବ୍ଲୁ ପି ସି ( ସି ) ୨୮୦୪୪ /୨୦୨୩ର ଶୁଣାଣି ନ୍ୟାୟମୂର୍ତ୍ତି  ଅରବିନ୍ଦ ସିହ୍ନା କୋର୍ଟ ରେ ହୋଇଥିଲା।   କେବଳ ଓଡ଼ିଆ  ଲେଖି ପଢି ପାରୁନଥିବା  କାରଣ ପାଇଁ ଅଯୋଗ୍ୟ ଘୋଷଣା ହୋଇ ପାରିବନି ,ଏଥିପାଇଁ  ସୁରେନ୍ଦ୍ର ସେଠି  ଓ ରାଜ୍ୟ ସରକାର ଙ୍କ ସହ ହୋଇଥିବା ଏକ ମକଦ୍ଦମା  ର ବିଚାର କୁ ନେଇ ଜିଲ୍ଲାପାଳ ଙ୍କ ନିଷ୍ପତ୍ତିକୁ ଖାରଜ କରିଥିଲେ ଜଷ୍ଟିସ ସିହ୍ନା।  ଟଭା ନାୟକ ପଦ ପାଇଲା ପରେ ଆଜି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ର ତାଙ୍କ ସମର୍ଥିତ କର୍ମି ବେଣ୍ଡ ବାଜା ସହ ନାଚ ଗୀତ ରେ  ବି ଇ ଓ ଅଫିସ ଛକରୁ ବାହାରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସେସନ କରି ଯାଇଥିଲେ।ଏଥିରେ ବରିଷ୍ଠ କଂଗ୍ରେସ ନେତା ଭୀମସେନ ପାଣିଗ୍ରାହୀ, ଜିଲ୍ଲା ଆଦିବାସୀ ସେଲ କଂଗ୍ରେସ ର ସଭାପତି ଦିଲିପ ପ୍ରଧାନି, ପୂର୍ବତନ ବିଧାୟକ ଭୁଜବଳ ମାଝୀ,ମହିଳା ଜିଲ୍ଲା ସଭାନେତ୍ରୀ ପି ନାଗାରତ୍ନ, ବରିଷ୍ଠ ନେତା ଅଜୟ ହିଆଲ, ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିଆଲ ,ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ପିଣ୍ଟୁ ବିଷୋୟୀ, ଉପସ୍ଥିତ ରହିଥିଲେ।

 ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

masiha

ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ,ଯୋଗଦେଲେ ୫ ଶହ କ୍ୟାଡେଟ

masiha

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

Leave a Comment

error: Content is protected !!