ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

ବିନା ପରିଶ୍ରମ ରେ ଅଧିକ ପଇସା ଲୋଭ ତଥା ନିଜର ଅଜ୍ଞାନତା ଏବଂ ନିଜର ଅସାବଧାନତା ଯୋଗୁଁ ଆଜିକାଲି ଆମେ ସାଇବର ସାଇବର ଅପରାଧୀଙ୍କ ଦ୍ଵାରା ଠକାମୀ ର ଶିକାର ହେଉଛୁ।ନିଜେ ନିଜକୁ ସଚେତନ କଲେ ଆମେ ସାଇବର ଅପରାଧୀ ଙ୍କ ଠାରୁ ନିଜକୁ ଏବଂ ନିଜ ଅର୍ଥ କୁ ରକ୍ଷା କରିପାରିବା ବୋଲି ଓଡ଼ିଶା ରାଜ୍ୟ ପୋଲିସ ଦ୍ଵାରା ଆୟୋଜିତ ସଭା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି କଳାହାଣ୍ଡି ପୋଲିସ ଦ୍ବାରା ପରିକ୍ରମା ହେଉଥିବା ସାଇବର ସଚେତନ ରଥ ଧର୍ମଗଡ଼ ଥାନା ଅଞ୍ଚଳ ରେ ପହଞ୍ଚିଥିଲା । ଧର୍ମଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ଵ ରେ ଧର୍ମଗଡ଼ ଉପଖଣ୍ଡ ଥାନା ଅଧିକାରୀ ଧିରଜ ଚୋପଦାର,ତହସିଲଦାର ହରେକୃଷ୍ଣ ବରିହା,ବିଡ଼ିଓ ଶରତ କୁମାର ସେଠୀ,ସାଇବର ଥାନା ଏଏସଆଇ ବଦ୍ୟନାଥ ନାୟକ,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି, ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଅବସର ରେ ସାଇବର ଅପରାଧ ଓ ତାର ନିୟନ୍ତ୍ରଣ କିଭଳି କରାଯିବ ସେ ନେଇ ଅଭିନୟ ମାଧ୍ୟମ ରେ ପ୍ରଦର୍ଶନ କରାଯାଇଥିଲା । ଏହି ସଭା ରେ ଅଞ୍ଚଳ ର ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ହାବିଲଦାର ଯତୀନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

Sunil Chandra Nayak

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!