ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +୩ ମହାବିଦ୍ୟାଳୟରେ ଅ’ ଅଭିଯାନ କାର୍ଯ୍ୟକ୍ରମ

କୌଶିକ ବାବା +୩ ମହାବିଦ୍ୟାଳୟରେ ଅ’ ଅଭିଯାନ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆ ଶବ୍ଦ, ନୂଆ କଲମର ଅନ୍ୱେଷଣରେ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅ’ ଅଭିଯାନ ଓ ପେଞ୍ଜୋରାଣୀ ପତ୍ରିକା ଉନ୍ମୋଚନ ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଛି । ଉକ୍ତ ସାରସ୍ୱତ ପ୍ରତିଭା ଅନ୍ୱେଷଣ ସଭାଟିକୁ ଅଧ୍ୟାପକ ମାନସ ରଞ୍ଜନ ବାଗ ପରିଚାଳନା କରିଥିଲା ବେଳେ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ସାହିତ୍ୟ ବିଷୟରେ ବ୍ୟକ୍ତବ୍ୟ ରଖିଥିଲେ । ଅ’ପତ୍ରିକାର ପ୍ରତିଷ୍ଠାତା ନରେଶ କୁମାର ସାହୁ ଅ’ ପତ୍ରିକାର ଆଭିମୁଖ୍ୟ ପ୍ରଦାନ କରିଥିଲେ, ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ କବିତାର ଭାବାବେଗ ବିଷୟରେ ସୂଚନା ଦେଇଥିଲେ ଓ ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଶବ୍ଦଶିଳ୍ପୀଙ୍କୁ ଲେଖିବାକୁ ଉତ୍ସାହିତ କରିଥିଲେ ଏବଂ ଅନୁଷ୍ଠାନର ରାଜନୀତି ଅଧ୍ୟାପକ ରବି ମାଝୀ ଉପସ୍ଥିତିରେ ସାହିତ୍ୟ ସଭା ତଥା କବିତା ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ତୁଲାଇ ଥିଲେ l ଉକ୍ତ ପ୍ରତିଯୋଗିତାରେ କୌଶିକ ବାବା +୩ ମହାବିଦ୍ୟାଳୟ ଓ ପୀରବତି ମହିଳା +୨ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ସୃଜନୀ ପ୍ରତିଭାର ପରିଚୟ ପ୍ରଦାନ ପୂର୍ବକ କବିତା ଲେଖିଥିଲେ l କବିତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ସୃତି ସୁଧା ଭୋଇ, ଦ୍ଵିତୀୟ ସ୍ଥାନ ଟଙ୍କଧର ରଣା, ଓ ପ୍ରଥମ ସ୍ଥାନ ସୌଦାମିନୀ ବାଗ ଅଧିକାର କରିଥିଲେ l ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଉତ୍ସାହ ମୂଳକ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା l ପତ୍ରିକାର ସମ୍ପାଦକ ବିଶ୍ୱନାଥ ସାହୁଙ୍କ ସହଯୋଗରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ସଫଲତା ପାଇ ପାରିଛି l ଅ’ ପତ୍ରିକାର ସମ୍ପାଦକ ତପନ କୁମାର ସାହୁ ସହଯୋଗ କରିଥିବା କୌଶିକ ବାବା ଅନୁଷ୍ଠାନ ତଥା ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଅ’ପତ୍ରିକା ଓ ପେଞ୍ଜୋରାଣୀ ପତ୍ରିକାରେ ପ୍ରତିଯୋଗୀଙ୍କ ଲେଖା ପ୍ରକାଶିତ କରିବାକୁ ପ୍ରତିଶୃତି ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ 

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!