ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ର ଆଲୋଚନା ଚକ୍ର

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ର ଆଲୋଚନା ଚକ୍ର

ନବରଙ୍ଗପୁର–( ମ ନି ସ)ନବରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ “ଫକୀର ମୋହନଙ୍କ ଗଳ୍ପ ସାହିତ୍ୟ” ଉପରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇ ଶ୍ରେଣୀ ଗୃହ ଶିକ୍ଷା ସହିତ ଆଲୋଚନା ଚକ୍ରରେ ଭାଗ ନେଲେ ଛାତ୍ରଛାତ୍ରୀମାନେ ଯେକୌଣସି ବିଷୟରେ ଅଧିକ ଗବେଷଣାତ୍ମକ ତଥ୍ୟ ପାଇ ପାରିବେ ବୋଲି କହିଥିଲେ। ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବରେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ. ଅରୁଣ କୁମାର ରାଜ୍ ଯୋଗ ଦେଇ ପିଲାମାନଙ୍କୁ ଫକୀର ମୋହନଙ୍କ ଗଳ୍ପ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡି. ଗୋବିନ୍ଦା ରାଓ ଫକୀର ମୋହନଙ୍କ ବିଭିନ୍ନ ଗଳ୍ପର ଚରିତ୍ରଗୁଡ଼ିକ ସାଂପ୍ରତିକ ସମାଜରେ କିପରି ପ୍ରତିଫଳିତ ହୋଇଛି, ତାହା ଉଲ୍ଲେଖ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ. ନିନ୍ଦିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଫକୀର ମୋହନଙ୍କ ଗଳ୍ପ ସାହିତ୍ୟର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ସୁଜାତା ସୁନା, ଦ୍ଵିତୀୟ ବର୍ଷର ସୁଜାତା ନାୟକ ଓ ଚିନ୍ମୟ ନାୟକ ଆଲୋଚନା ଚକ୍ରରେ ଭାଗ ନେଇ ଫକୀର ମୋହନଙ୍କ ଗଳ୍ପ ସାହିତ୍ୟ ଉପରେ ପ୍ରବନ୍ଧ ପାଠ କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ତୃତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୁଜାତା ସୁନା ସଂଯୋଜନା କରିଥିବା ବେଳେ ସୁଶ୍ରୀ ରୋଜାଲିନ ବେହେରା ଫକୀର ମୋହନଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ । ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟାପକ ପ୍ରିୟବ୍ରତ ସାହୁ ଧନ୍ୟବାଦ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

masiha

Leave a Comment

error: Content is protected !!