ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଫଳକ ଖଣିବାସୀଙ୍କ କାମରେ କେବେ ଆସିବ ? ବାମେବାରୀ ଠାରୁ ପଳାସ୍ପଙ୍ଗା ରାସ୍ତା କାର୍ଯ୍ୟରେ ବାଧକ କିଏ,ଅନୁମୋଦନ ଅଛି,ହେଲେ କାର୍ଯ୍ୟ ଆରମ୍ଭ ନାହିଁ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଫଳକ ଖଣିବାସୀଙ୍କ କାମରେ କେବେ ଆସିବ ? ବାମେବାରୀ ଠାରୁ ପଳାସ୍ପଙ୍ଗା ରାସ୍ତା କାର୍ଯ୍ୟରେ ବାଧକ କିଏ,ଅନୁମୋଦନ ଅଛି,ହେଲେ କାର୍ଯ୍ୟ ଆରମ୍ଭ ନାହିଁ

ଯୋଡ଼ା – ଖଣି ଅଞ୍ଚଳ ରତ୍ନଗର୍ଭା ହେଲେବି ଅଞ୍ଚଳର ପ୍ରଗତି କେବଳ ନାମକୁ ମାତ୍ର ତଥା ବ୍ୟାନର,ଫଳକରେ ସୀମିତ ରହୁଛି କାହା ପାଇଁ ?ତଥାବି ଅଞ୍ଚଳ ତଥା ଅଞ୍ଚଳବାସୀଙ୍କର ସମସ୍ୟା ଦିନକୁ ଦିନ ବଢିବାର ଦେଖି ଚୁପ ରୁହନ୍ତି କାହିଁକି ଅଫିସର,ରାଜନେତା ? ଆଉ ତାହାର ଲାଭ ଉଠାଇଥାନ୍ତି କେତକ ଖଣି କମ୍ପାନୀ,ଅଫିସର ଏବଂ କେତକ ମୁଷ୍ଟିମେୟ ରାଜନେତା।ତେବେ ଦେଖିବାକୁ ଗଲେ ଦୀର୍ଘ ଦିନ ଧରି ବାମେବାରୀ ଠାରୁ ପଳାସ୍ପଙ୍ଗl ରାସ୍ତା ସମସ୍ୟା ବଢି ଚାଲିଥିବା ରହି,ରାସ୍ତା ଚାରି ଥାକିଆ ରାସ୍ତାର ଉନ୍ନତିକରଣ ନିର୍ମାଣ ଅନୁମୋଦନ ପରେ ମଧ୍ୟ ଏଯାଏ କାର୍ଯ୍ୟ ଆରମ୍ଭର ନାମ ଧରୁନି କାହିଁକି ? ତେବେ ଦେଖିବାକୁ ଗଲେ ଯୋଡ଼ା ବ୍ଳକ ଏବଂ ଝୁମ୍ପୁରା ବ୍ଲକର ପ୍ରାୟ ଆଠ ଗୋଟିରୁ ଉର୍ଦ୍ଧ ପଞ୍ଚାୟତର ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ଉକ୍ତ ରାସ୍ତା ଉପରେ ସିଧାସଳଖ ନିର୍ଭର କରୁଥିବା ବେଳେ ବିଭିନ୍ନ ଜରୁରୀକାଳୀନ ଏବଂ ଯୋଡ଼ା ବାସୀ, ଜୁରୁଡ଼ି ପଞ୍ଚାୟତ ବାସୀ,ଜଜାଙ୍ଗ ପଞ୍ଚାୟତର ଗ୍ରାମବାସୀ ମଧ୍ୟ ପୂର୍ବରୁ ଏହି ରାସ୍ତା ବ୍ୟବହାର କରିଆସୁଥିଲେ,ହେଲେ ରାସ୍ତାର ଅବସ୍ଥା ମାରଣଯନ୍ତା ପାଲଟି ଥିବାରୁ ସାଧାରଣ ଲୋକଙ୍କ ଏହି ସଡକ ପଥରେ ଦୀର୍ଘ ଦିନ ଧରି ହେଲା ଯିବା ଆସିବା ଛାଡି ଦେଇଥିବା ବେଳେ ଆର୍ସେଲର ମିତଲ,ତାରିଣୀ ମହାନ୍ତି ଖଣି,ଆଦିତ୍ୟ ବିର୍ଲାର ପ୍ରୋ ମିନେରାଲ, କାସଭି ଏଣ୍ଟରପ୍ରାଇଜେସ ପ୍ରଭୃତିର କେବଳ ଖଣିଜ କାରବାର ତଥା ଖଣିଜ ପରିବହନ କାର୍ଯ୍ୟ ଜୋର ସୋର ଚାଲୁ ରହିଥିବା ଉକ୍ତ ସଡ଼କରେ ଦେଖିବାକୁ ମିଳେ ଦୈନଦିନ,ଯାହା ଫଳରେ ଉକ୍ତ ସଦକ ପଥଟି ପୂର୍ବ ଅପେକ୍ଷା ବର୍ତ୍ତମାନ ଏତେ ପରିମାଣ ନଷ୍ଟ ହେବାର ଲାଗିଛି ଯେ ପଶୁ ମାନେ ମଧ୍ୟ ଯିବା ଆସିବା ଆଉ କରୁନାହାନ୍ତି।ତେବେ ସୂଚନା ଯୋଗ୍ୟ ଉକ୍ତ ରାସ୍ତା ଚାରି ଥାକିଆ ନିର୍ମାଣର ଉନ୍ନତିକରଣ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ୟୟବରାଦ ରହିଥିଲେ ହେଁ,ଗତ ୧.୨.୨୩ ଠାରୁ କାର୍ଯ୍ୟ ଆରମ୍ଭ ହୋଇ ୩୧.୧.୨୦୨୫ ରେ ନିର୍ମାଣ କାର୍ଯ୍ୟ ସମାପ୍ତ ଯୋଜନା ରହିଥିଲେ ମଧ୍ୟ ଏଯାଏ କାର୍ଯ୍ୟ ଆରମ୍ଭ କାଇବା ନିମନ୍ତେ କାହାରି ଦେଖା ନାହିଁ। ତେବେ ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ତଥା ସମସ୍ୟା ବଢି ଚାଲିଥିଲେ ମଧ୍ୟ ନିକଟରେ ବର୍ତ୍ତମାନର ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ ଗ୍ରାମ ଥିବା ସ୍ଵତେ ମରଣଯନ୍ତା ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ।ଏପରିକି ଖୁବ ନିକଟରେ ପୂର୍ବତନ ବିଧାୟକ ଶ୍ରୀ ସନାତନ ମହାକୁଡଙ୍କ ଗ୍ରାମ ମଧ୍ୟ ରହିଥିଲେ ହେଁ ଏହି ରାସ୍ତାର ଉନ୍ନତି କରଣ ହୋଇ ପାରିନଥିବାରୁ ଏକ ସ୍ବପ୍ନ ସଭିଙ୍କ ପାଇଁ ପାଲଟିଛି ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ସରିବା ଏକ ପ୍ରକାର ।ତେବେ ଦେଖିବାକୁ ଗଲେ ଏହି ରାସ୍ତା ଉପରେ ନିର୍ଭର ଥିବା ସାଧାରଣ ଲୋକ ଦୈନଦିନ ନାନାଦି ସମସ୍ୟା ଭୋଗୁଥିବା ବେଳେ ଆମ୍ବୁଲାନ୍ସ,ଯାତ୍ରୀବାହୀ ବସ,ମୋଟର ସାଇକେଲ,ସାଇକେଲ, ଏପରିକି ବାଟୋଇଟିଏ ମଧ୍ୟ ଯିବାକୁ ଭୟ କରୁଛି। ନିକଟ ପଞ୍ଚାୟତ ବାସୀଙ୍କ ବ୍ୟବସାୟ ତଥା ଜିଲ୍ଲା ସଦର ଯିବାକୁ ହେଲେ ନାନାଦି ବୁଲା ବାଟ ଦେଇ ଯିବା ଆସିବା କରିବାକୁ ପଡୁଥିବା ବେଳେ ସାପ୍ତାହିକ ହାଟ କରିବାକୁ ସଭିଙ୍କୁ ନାକେଦମ କରି ରଖିଛି ଏହି ସଦକପଥ।ତେବେ ଦେଖାଯାଉ ଗରିବ ଖଣିବାସୀଙ୍କ ଚାରିଥାକିଆ ସଦକପଥର ଉନ୍ନତିକରଣ ପ୍ରତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶୁଭ କରକମଳରେ ଭିତିପସ୍ତର ଫଳକ ସ୍ଥାପନ କାର୍ଯ୍ୟାଦେଶ କେବେ ପାଳନ ହେଉଛି ବୋଲି ଗରିବ ଖଣି ବାସୀ ଅପେକ୍ଷା କରି ଆସାବାନ୍ଧି ବସିଛନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

( ଏନଆଇଏଲପି.)ନବ ଭାରତ ସାକ୍ଷରତା (ଉଲ୍ଲାସ ) କାର୍ଯ୍ୟକ୍ରମ ରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ             

masiha

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

Leave a Comment

error: Content is protected !!