ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ରାୟଗଡ଼ା ତା ୧୨.୧୦.୨୦୨୩ // ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ ସରସ୍ଵତୀ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ କନ୍ୟାଟିଏ ନିଜ ଶିକ୍ଷା ଗ୍ରହଣ ସହ ମାତା, ପିତା ତଥା ପରିବାରର ଅନେକ ଦାଇତ୍ୱ ବହନକରିଥିବା ପ୍ରକାଶ କରିଥିଲେ । ଏଣୁ, ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବା ଆମ ଦାଇତ୍ୱ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡା: ଅର୍ଚ୍ଚନା ପଟ୍ଟନାୟକ, ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ, ସମଗ୍ର ଶିକ୍ଷା ଅଭିଯାନ ସଂଯୋଜକ ସୁରେନ୍ଦ୍ର କୁମାର ସାଠୁଆ ଓ ଏବିଇଓ ଛବିଲାଲ ସିଂ ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ହୋଇ ଶିଶୁ କନ୍ୟାଙ୍କୁ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା ପ୍ରଦାନ ସହ ସାମାଜରେ ସମ୍ମାନ, ପ୍ରତିଷ୍ଠା ଓ ରୋଜଗାରକ୍ଷମ ହେବା ନିମନ୍ତେ ଯୋଗ୍ୟ ନାଗରିକ ରୂପେ ଗଢି ତୋଳିବାକୁ ସଙ୍କଳ୍ପବୋଧ ହେବାପାଇଁ ପ୍ରବାର୍ତ୍ତାଇଥିଲେ । ଏହି ଅବସରରେ ବିଦ୍ୟାଳୟ, କ୍ଲଷ୍ଟର ଓ ବ୍ଲକ୍ ସ୍ତରରେ, ଛାତ୍ରୀଙ୍କ ମଧ୍ୟରେ ବତ୍କୃତା, ପ୍ରବନ୍ଧ ଓ ସଙ୍ଗୀତ ପ୍ରତିଯୋଗିତା ମାନ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ଏଗାର ଗୋଟି ବ୍ଲକ ସ୍ତରର କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରଥମ ତିନି ଜଣ ଲେଖାଏଁ କୃତି ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମିଳିତ ଜାତିସଂଘର ଆହ୍ଵାନରେ ୟୁନିସେଫ ତରଫରୁ ଏଭଳି ଶିଶୁକନ୍ୟାକୁ ସଶକ୍ତ, ସୁରକ୍ଷିତ ଓ ନିରାପତ୍ତା ପ୍ରଦାନର ପ୍ରୟାଶକୁ ପ୍ରଶଂସା କରିବା ସହ ସମଗ୍ର ଶିକ୍ଷ୍ୟା ଅଭିଯାନ ଏଥିପାଇଁ ସର୍ବଦା ତତ୍ପର ବୋଲି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ଜିଲ୍ଲାର ସମସ୍ତ ଶିଶୁକନ୍ୟାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେମାନଙ୍କ ଅଧିକାର, ନିରାପତ୍ତା ଓ ସୁରକ୍ଷା ସହ ନେତୃତ୍ୱ ବୃଦ୍ଧି ଦିଗରେ ଅଧିକ ଯତ୍ନବାନ ହେବାପାଇଁ ଅନୁରୋଧ କରିଛନ୍ତି । ଏହାର ସଫଳ ଆୟୋଜନରେ ଦୀପକ ରାଉତ, ସଦାନନ୍ଦ ନାୟକ, ଦୁର୍ଗା ସନ୍ୟାସୀ ବେହେରା, ପ୍ରମୋଦ ମାର୍ଥା, ହୃଦାନନ୍ଦ ଆଚାର୍ଯ୍ୟ, ପ୍ରଦୀପ ସୁବୁଦ୍ଧି ସମଗ୍ର ଶିକ୍ଷା ଅଭିଯାନ କର୍ମକର୍ତ୍ତା ଓ ସଦର ବ୍ଲକ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

କାଣ୍ଡବିନ୍ଧା ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!