ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

ମିଶନ ଶକ୍ତି ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ 

କୋକସରା,୧୧/୧୦ // ମହିଳା ସସକ୍ତିକରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ । ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ବୁଧବାର ଲୋକସେବା ଭବନରୁ ଭିଡ଼ିଓ କନ୍ଫରେନ୍ସରେ ରାଜ୍ୟର ୧୫ ହଜାର ମହିଳା କର୍ମଚାରୀଙ୍କୁ ସ୍କୁଟର ପ୍ରଦାନ କରାଯାଇଛି। କୋକସରା ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ସଭାପତିତ୍ୱରେ ଭିଡ଼ିଓ କନ୍ଫରେନ୍ସ ହଲରେ ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଧର୍ମଗଡ଼ ବିଧାୟକ ମୋୖଷଧି ବାଗ କୋକସରା ବ୍ଲକ ପରିସରରେ ମିଶନ ଶକ୍ତିର ମହିଳା କର୍ମଚାରୀଙ୍କୁ ସ୍କୁଟର ବଣ୍ଟନ କରିଥିଲେ। ଏହି ଅବସରରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧ. ମାଝୀ, ସିଡିପିଓ ସରୋଜା ଲତା ଦେଇ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଗଜାନନ ନିଆଲ, ଓ ମିଶନ ଶକ୍ତି କାର୍ଯ୍ୟାଳୟର ବିପିଏମ ସୁରେଶ ରାଉତ, ବିଏଲସି, ଓଏଲଏମ, ବିପିସି,ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ବ୍ଲକର ମୋଟ ୧୨ ଜଣ ମହିଳା କର୍ମଚାରୀଙ୍କୁ ଏହି ଯୋଜନାରେ ସ୍କୁଟର ପ୍ରଦାନ କରାଯାଇଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ର ସାଧାରଣ ସଭା ରେ ରାଜ୍ୟସଭା ସାଂସଦ ଙ୍କୁ ସମ୍ବର୍ଦ୍ଧନା

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

Sunil Chandra Nayak

ମାଲ ପରିବହନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ପ୍ରସଙ୍ଗ ବିଧାୟକ ଶ୍ରୀ ତନ୍ତୀଙ୍କ ଚିଠି ପରେ ଏନ ଏସ ପି ସି ଏଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ.

Sunil Chandra Nayak

Leave a Comment

error: Content is protected !!