ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ରାଜସ୍ୱ ଗ୍ରାମ ପାଇଁ ୨ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

ନୂତନ ରାଜସ୍ୱ ଗ୍ରାମ ପାଇଁ ୨ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

କୋକସରା,୧୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ପଞ୍ଚାୟତର ଦାବ୍ରିଗୁଡା ଓ ମାଝୀଗୁଡା ପଞ୍ଚାୟତର ଦାବ୍ରିଗୁଡାକୁ ନୂତନ ସ୍ୱତନ୍ତ୍ର ରାଜସ୍ବ ଗ୍ରାମ ପାଇଁ ପୂର୍ବରୁ ଗ୍ରାମବାସୀ ମାନେ ଦାବି କରି ଆସୁଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବୁଧବାର ଦାବ୍ରି ଗୁଡା ଗ୍ରାମ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେରେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ସରପଞ୍ଚ ଯମୁନା ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତହସିଲଦାର କୋକସରା ଦେବବ୍ରତ କରାଟି, ରାଜସ୍ୱ ପରିଦର୍ଶକ ଅଜୟ ସିରକା, ଆମପାଣି ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ, ଶରତ ଚନ୍ଦ୍ର ଶଗଡ଼ିଆ ପ୍ରମୁଖ ଉପସ୍ଥିତ ରହି ଦାବ୍ରିଗୁଡା ଓ ସର୍ଗିଗୁଡାକୁ ନେଇ ନୂତନ ରାଜସ୍ୱ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସେହିପରି ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଖେଳ ପଡ଼ିଆରେ ଅପରାହ୍ନରେ ମାଝୀଗୁଡା ସରପଞ୍ଚ ମାମି ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦେବବ୍ରତ କରାଟି, ସମ୍ମାନିତ ଅତିଥି ଭାବେ ପାନାବେଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ, ବରିଷ୍ଠ ସାମାଜିକ କର୍ମି ଦୁର୍ଗା ନାଏକ, ଘନଶ୍ୟାମ ନାଏକ, ରାଜସ୍ୱ ପରିଦର୍ଶକ ଅଜୟ ରାଜ ସିରକ୍କା, କୋକସରା ଆର ଆଇ ଝାନ୍ସି ରାଣି ଦିଶାରୀ, ସମିତି ସଭ୍ୟା ମାଝୀଗୁଡା ନମିତା ଚଣ୍ଡି ଉପସ୍ଥିତ ରହିଥିଲେ ।ତହସିଲଦାର ଶ୍ରୀ କରାଟି ଦାବ୍ରିଗୁଡା ଓ କାଡୋପଡାକୁ ନେଇ ନୂତନ ରାଜସ୍ବ ଗ୍ରାମ ହେବା ନେଇ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପଞ୍ଚକ ପୋଢ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କୋଇଡାରେ ହାଇଓ୍ଵାର ଧାଡ଼ି ଦୁର୍ଘଟଣା 

masiha

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ

masiha

Leave a Comment

error: Content is protected !!